ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: (ସତ୍ୟନାରାୟଣ ମହାପାତ୍ର) ଇଉରୋପ ମହାଦେଶର ଉଚ୍ଚତମ ସୄଙ୍ଘ ମାଉନ୍ଟ ଏଲବୃଷ (ସମୁଦ୍ର ପତନ ରୁ ୫୬୪୨ମିଟର) ଚଢ଼ିବେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ରାହୁଲ ପଧାନ । ଏହି ଦୁଃସାହସିକ ପର୍ବତାରୋହଣ ରେ ଓଡିଶା ରୁ ଦୁଇ ଜଣ ବାଳକ ଓ ଜଣେ ବାଳିକା ଅଛନ୍ତି । ସେମାଙ୍କ ମଧ୍ୟରେ ଦେପୁର ଗ୍ରାମର ବ୍ୟାସଦେବ ପଧାନ ଏବଂ ଆରତୀ ପଧାନ ଙ୍କ ପୁଅ ରାହୁଲ ପଧାନ ଏହି ଟିମ କୁ ନେତୃତ୍ୱ କରୁଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ତନ୍ତ୍ର ଦିବସ ଅବସରରେ ସେ ଇଉରୋପ ମହାଦେଶର ଉଚ୍ଚତମ ସୄଙ୍ଘ ମାଉନ୍ଟ ଏଲବୃଷ (୫୬୪୨ ମିଟର) ଶୀର୍ଷ ରେ ଭାରତର ଜାତୀୟ ପତକା ଉଡାଇବେ ।ଏ ନେଇ କଳାହାଣ୍ଡି ଜିଲ୍ଲାର ଜ଼ିଲ୍ଲାପାଳ ପି ଅନ୍ବେସା ରେଡି ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ରମେଶ ପାଢ଼ୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ରାହୁଲ କହିଛନ୍ତି ଆଗାମୀ ଦିନରେ ପୃଥିବୀର ଅନ୍ୟ 6 ଟି ମହାଦେଶର 6 ଟି ଉଚ୍ଚତମ ସୄଙ୍ଘ ଯାହାକୁ ଆମେ ପୃଥିବୀର 7 ସବମିଟ ମଧ୍ୟ କହୁଛୁ ତାକୁ ଆରୋହଣ କରିବାର ଆଶା ଅଛି । ଏ ନେଇ କଳାହାଣ୍ଡି ଜ଼ିଲ୍ଲା କର୍ତ୍ତୃପକ୍ଷ ମଧ୍ୟ ସାହାଯ୍ୟର ପ୍ରତିଶୃତି ଦେଇଛନ୍ତି । ଏହା ଶୁଣି ଗ୍ରାମ ଓ ଜ଼ିଲ୍ଲା ବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

