ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: (ସତ୍ୟନାରାୟଣ ମହାପାତ୍ର) ଇଉରୋପ ମହାଦେଶର ଉଚ୍ଚତମ ସୄଙ୍ଘ ମାଉନ୍ଟ ଏଲବୃଷ (ସମୁଦ୍ର ପତନ ରୁ ୫୬୪୨ମିଟର) ଚଢ଼ିବେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ରାହୁଲ ପଧାନ । ଏହି ଦୁଃସାହସିକ ପର୍ବତାରୋହଣ ରେ ଓଡିଶା ରୁ ଦୁଇ ଜଣ ବାଳକ ଓ ଜଣେ ବାଳିକା ଅଛନ୍ତି । ସେମାଙ୍କ ମଧ୍ୟରେ ଦେପୁର ଗ୍ରାମର ବ୍ୟାସଦେବ ପଧାନ ଏବଂ ଆରତୀ ପଧାନ ଙ୍କ ପୁଅ ରାହୁଲ ପଧାନ ଏହି ଟିମ କୁ ନେତୃତ୍ୱ କରୁଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ତନ୍ତ୍ର ଦିବସ ଅବସରରେ ସେ ଇଉରୋପ ମହାଦେଶର ଉଚ୍ଚତମ ସୄଙ୍ଘ ମାଉନ୍ଟ ଏଲବୃଷ (୫୬୪୨ ମିଟର) ଶୀର୍ଷ ରେ ଭାରତର ଜାତୀୟ ପତକା ଉଡାଇବେ ।ଏ ନେଇ କଳାହାଣ୍ଡି ଜିଲ୍ଲାର ଜ଼ିଲ୍ଲାପାଳ ପି ଅନ୍ବେସା ରେଡି ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ରମେଶ ପାଢ଼ୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ରାହୁଲ କହିଛନ୍ତି ଆଗାମୀ ଦିନରେ ପୃଥିବୀର ଅନ୍ୟ 6 ଟି ମହାଦେଶର 6 ଟି ଉଚ୍ଚତମ ସୄଙ୍ଘ ଯାହାକୁ ଆମେ ପୃଥିବୀର 7 ସବମିଟ ମଧ୍ୟ କହୁଛୁ ତାକୁ ଆରୋହଣ କରିବାର ଆଶା ଅଛି । ଏ ନେଇ କଳାହାଣ୍ଡି ଜ଼ିଲ୍ଲା କର୍ତ୍ତୃପକ୍ଷ ମଧ୍ୟ ସାହାଯ୍ୟର ପ୍ରତିଶୃତି ଦେଇଛନ୍ତି । ଏହା ଶୁଣି ଗ୍ରାମ ଓ ଜ଼ିଲ୍ଲା ବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

