କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ପ୍ରସ୍ତୁତି ବୈଠକ

0 minutes, 0 seconds Read

କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ଜୁନ ୨୦ ତାରିଖ ଓ ବାହୁଡା଼ ଯାତ୍ରା ୨୮ ତାରିଖ ଦିନ ପାଳନହୋବ ସେଥିପାଇଁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ଏଜେଣ୍ଡା ଅନୁଯାୟୀ ବିବରଣୀ ପାଠ କରିଥିଲେ। ବୈଠକ ରେ ଉପ ଜିଲ୍ଲାପାଳ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ , ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଉପସ୍ଥିତ ରହିଥିଲେ। ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡିବିଜେ ଓ ଛେରାପହଁରା ଆସନ୍ତା ଜୁନ ମାସ ୨୦ ତାରିଖ ଦିନ ଅପରାହ୍ନ ୪.୦୦ ଘ ସମୟରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଦ୍ଵାରା ସମାପନ ହେବ। ପୋଲିସ ବିଭାଗ ତରଫ ରୁ ଶାନ୍ତି ଶୃଙ୍ଖଳା ରକ୍ଷା ,ପ୍ରଶାସନ ଦ୍ବାରା ମାଜିଷ୍ଟ୍ରେଟ ମୃତୟନ,ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ ,ମାଉସୀମା ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୃତୟନ,ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭକ୍ତ ବୃନ୍ଦଙ୍କ ତଳୁ ଦର୍ଶନ,ଯାନବାହାନ ଚଳାଚଳ ନିୟନ୍ତ୍ରଣ ଓ ଡ୍ରାଇଭରସନ୍, ଜଗନ୍ନାଥ ମନ୍ଦିର ରାସ୍ତା ବେରିକେଡ଼ିଂ,ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର ,ରଥ ତିଆରି ଓ ରଥ ଚଳାଚଳ ର ଉପଯୁକ୍ତତା ପ୍ରମାଣପତ୍ର , ରଥର ନୂତନ ବ୍ରେକ, ସେବାୟତ ଓ ପୂଜକଙ୍କୁ ପ୍ରଶାସନ ଦ୍ଵାରା ପରିଚୟ ପତ୍ର ପ୍ରଦାନ ,ଖାଦ୍ୟ ନିରୀକ୍ଷକ ଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲର ଖାଦ୍ୟ ଯାଞ୍ଚ , ଭ୍ରାମ୍ୟ ମାଣ ସ୍ବାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା,ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ,ଆମିଷ ଓ ମଦ ବିକ୍ରି ଉପରେ କଟକଣା,ରାସ୍ତା ଓ ନାଳ ନର୍ଦ୍ଦମା ସଫା ଓ ବ୍ଲିଚିଂ ,ରଥଯାତ୍ରା ଓ ବାହୁଡା଼ ଯାତ୍ରାର ଧାରା ବିବରଣୀ କେନ୍ଦ୍ର,ଭଜନ ସମାରୋହ ,ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା ,ବାଲାଜୀ ମନ୍ଦିର ରଥଯାତ୍ରା ଓ ଭଜନ ସମ୍ବନ୍ଧୀୟ ବ୍ୟବସ୍ଥା,ମାଉସୀମା ମନ୍ଦିର ପରିସରରେ ଏକ କୋଠରୀ ନିର୍ମାଣ ଇତ୍ୟାଦି ଉପରେ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବୈଠକରେ ଗଠନମୂଳକ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା। ବୈଠକରେ ଏସ୍ ଡି ପି ଓ ଶ୍ରୀ ସୁନାରାମ ହେମ୍ବ୍ରମ, ଏ. ଇ. ଇ,ଆର୍ ଏଣ୍ଡ ବି ,ତହସିଲଦାର କଳାହାଣ୍ଡି ଶ୍ରୀ ଉପେନ୍ଦ୍ର ଲୁହା, ଏ ଡି ପି ଏଚ ଓ ,କଳାହାଣ୍ଡି, ଡି ଆଇ ପି ଆର୍ ଓ ମନୋଜ ବେହେରା , ଆଇ ଆଇ ସି ଟାଉନ୍ ଥାନା ପ୍ରଦୀପ କୁମାର ଧାରୁଆ,ପୌରପାଳିକା ନିର୍ବାହୀ ଅଧିକାରୀ ଚିନ୍ମୟ ନାୟକ,ଡି ସି ଓ ଅର୍ପିତା ବେହେରା, ଏସ ଡି ଓ,ଟି ପି ଡବ୍ଲୁ ଓ ଏଲ୍ ରାଜେଶ ମିଶ୍ର,ସହକାରୀ ଜିଲ୍ଲାପାଳ ନ୍ୟାୟିକ ମଦନ ପଣ୍ଡା ଏବଂ ଧର୍ମଗଡ ସହକାରୀ ଜିଲ୍ଲାପାଳ ଗରିବ ଦୀପ ଙ୍କ ସମେତ ଓକିଲ ସଂଘ ସମ୍ପାଦକ କମଳ ଲୋଚନ ଶତପଥୀ, ଓକିଲ ସୁବ୍ରତ ବହିଦାର, ଉତ୍ସବ ସାହୁ, ଜଗନ୍ନାଥ ମନ୍ଦିର ପୂଜକ ଅଜୟ ମହାପାତ୍ର,ଭଣ୍ଡେଶ୍ୱର ମହାପାତ୍ର, ଅରୁଣ ରଥ, ଧବଳେଶ୍ବର ମହାପାତ୍ର,ଜୟ ଶଙ୍କର ନାଏକ, ଅଭୟ ଚରଣ ନାଏକଙ୍କ ସମେତ ଗୁରୁଦ୍ୱାରା ଓ ମସଜିଦ କମିଟିର ସଭାପତି/କର୍ମକର୍ତ୍ତା,ଗଣମାଧ୍ୟମ ପ୍ରତିନିଧି ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts