କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ପାଚିକା ସଂଘ ପକ୍ଷରୁ ୧୧ଦଫା ଦାବି ଗଣ ଶିକ୍ଷ୍ୟା ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପତ୍ର ପ୍ରଦାନ କରିଛନ୍ତି । ସ୍କୁଲ ମାନଙ୍କରେ ପାଚିକାମାନେ ନିଜ କର୍ତ୍ତବ୍ୟ କରି ଆସୁଥିବା ବେଳେ ସରକାର ସେମାନଙ୍କୁ ମାସିକ ମାତ୍ର ୧୪୦୦ଟଙ୍କା ପ୍ରଦାନ କରୁଛନ୍ତି। ତାସହିତ ସ୍କୁଲର ଛୁଟିଦିନ ମାନଙ୍କରେ ପାଚିକା ମାନଙ୍କୁ ଡକାଇ ବିଭିନ୍ନ କାମରେ ନିୟୋଜିତ କରାଯାଉଛି ।
ପାଚିକାମାନେ ତାକୁନେଇ ଆଜି ରାଜ୍ୟ ଶିକ୍ଷା ମନ୍ତ୍ରୀ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ୧୧ଦଫା ଦାବି ପତ୍ର ପ୍ରଦାନଛନ୍ତି।ପାଚିକା ସଂଘ ର ରାଜ୍ୟ ସାଧାରଣ ସମ୍ପାଦିକା ଇଷାନୀ ଷଡ଼ଙ୍ଗୀଙ୍କ ନେତୃତ୍ୱ ରେ ଶତାଧିକ ପାଚିକା ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ। ପ୍ରମୁଖ ଦାବି ମଧ୍ୟରେ ସମସ୍ତ ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା, ମାସିକ ୨୬୦୦୦ ସର୍ବନିମ୍ନ ମଜୁରୀ ଶ୍ରମ କୋଡ଼ ଉଛେଦ, ଅବସର ପରେ ମାସିକ ୧୦,୦୦୦ ପେନସନ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦେଶ କ୍ରମେ ବକେୟା ୨୮ ମାସର ଦରମା ପ୍ରଦାନ,ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି ଅନ୍ତର୍ଭୁକ୍ତ କରାଯିବା ଏସବୁ ଦାବି ଗୁଡିକ ତୁରନ୍ତ ପୂରଣ ନହେଲେ ରାଜରାସ୍ତାକୁ ଓଲ୍ଲାଇବାକୁ ବୋଲି ଚେତାବନୀ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ପାଚିକା ସଂଘ ର ଜିଲ୍ଲାସଭାପତି ଦେବକୀ ଶବର,ଜିଲ୍ଲାସମ୍ପାଦକ ନବକିଶୋର ପଟ୍ଟନାୟକ,ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

