ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ସ୍ନାତକୋତ୍ତର ଫଳ ପ୍ରକାଶିତ ହୋଇଯାଇଛି। ପରୀକ୍ଷା ଶେଷ ହେବାର ଖୁବ୍ କମ୍ ଦିନ ବ୍ୟବଧାନରେ ଫଳ ପ୍ରକାଶିତ ହୋଇଛି। ଜୁଲାଇ୧୧ରେ ସ୍ନାତକୋତ୍ତର ଶେଷ ବର୍ଷ ର ପରୀକ୍ଷା ଶେଷ ହେଲା ଏବଂ ଜୁଲାଇ ୧୬ରେ ଫଳ ପ୍ରକାଶିତ ହେଲା।
ଫଳ ପ୍ରକାଶନ ଏସ୍ ଏସ ବି ଦ୍ଵାରା ପରିଚାଳିତ ଅଧ୍ୟାପକ ପରୀକ୍ଷାର ଶେଷ ଅବଧି ପୂର୍ବରୁ ପ୍ରକାଶିତ ହେବାଫଳରେ ପରୀକ୍ଷା ପାଇଁ ଫର୍ମ ପୂରଣ ର ସୁଯୋଗ ପାଇବେ।
୧୬ଟି ବିଭାଗର ସର୍ବମୋଟ ୩୨୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭୬ ଜଣ କୃତକାର୍ଯ୍ୟ ହୋଇଛନ୍ତି( ୮୫.୧୯)। ଏଥିରୁ ପ୍ରଥମ ଶ୍ରେଣୀରେ ୨୬୩ ଜଣ ଏବଂ ଦ୍ଵିତୀୟ ଶ୍ରେଣୀରେ ୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳା ବିଭାଗରେ ଉତ୍ତୀର୍ଣ୍ଣ ହାର ୮୮.୫୦ ପ୍ରତିଶତ, ବାଣିଜ୍ୟରେ ୪୧.୬୭ ଶତକଡା ଓ ବିଜ୍ଞାନରେ ୮୮.୮୮ ଶତକଡା ଛାତ୍ର ଛତ୍ରୀମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଇତିହାସ, ଓଡ଼ିଆ, ରାଜନୀତି ବିଜ୍ଞାନ, ସଂସ୍କୃତ, ମାନବ ବିଜ୍ଞାନ ଓ ପ୍ରାଣୀବିଜ୍ଞାନ ରେ ପାସ ଫଳା ଫଳ ଶତ ପ୍ରତିଶତ। କଳା ବିଭାଗରେ ବିଶ୍ଵବିଦ୍ୟାଳୟ ରେ ସବୁଠୁ ଅଧିକ ନମ୍ବର ରଖିଛନ୍ତି ।
ଯୁବସଂସ୍କାର କକ୍ଷରେ ଏକ ସ୍ବତନ୍ତ୍ର କାର୍ଯକ୍ରମ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଦ୍ଵାରା ଫଳ ପୁସ୍ତିକା ଉନ୍ମୋଚନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ମେଜର ଡକ୍ଟର ଜୟଦେବ ସାହୁ, ସ୍ବତନ୍ତ୍ର ପରୀକ୍ଷା ନିୟନ୍ତ୍ରକ ଡକ୍ଟର କୈଳାସ ଚନ୍ଦ୍ର ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଉପସ୍ଥିତ ଥିଲେ ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

