ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭାରତ ସରକାର ଏବଂ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ହେଲେ କଳାହାଣ୍ଡି ଜିଲ୍ଲାରେ ମନରେଗା ଯୋଜନାରେ କମ ଲୋକ କାମ କରିବାକୁ ଯାଉଥିବା ଉଦବେଗଜନକ ଅଟେ । ଜିଲ୍ଲାରେ ୩ ଲକ୍ଷ ମନରେଗା କାର୍ଡ ପାଇଥିବାବେଳେ ଗତବର୍ଷ କେବଳ ୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ୩ ଦଶନ୍ଧି ପୂର୍ବରୁ ସାକ୍ଷରତା ହାର ପ୍ରାୟ ୩୦% ଥିବାବେଳେ ବର୍ତ୍ତମାନ ୬୦%ରେ ପହଞ୍ଚିଛି । ମାତୃ ମୃତ୍ୟୁହାରରେ ମଧ୍ୟ ହ୍ରାସ ପାଇଛି କିନ୍ତୁ କାମ କରିବାକୁ ନଯାଇ ଦାଦନ ଖଟିବାକୁ ଯିବା ଅତ୍ୟନ୍ତ ଉଦବେଗର ବିଷୟ ଅଟେ । କଳାହାଣ୍ଡି ଜିଲ୍ଲାରେ କଦଳୀ ଚାଷ ପାଇଁ ଅନୁକୂଳ ବାତାବରଣ ରହିଛି । ଆଜି ଜଳସେଚନ ଯୋଗୁଁ କୃଷିରେ ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି କେରଳ ରିଏଲଇଷ୍ଟେଟ ରେଗୁଲେଟେରୀ ଅଥରିଟି ଅଧ୍ୟକ୍ଷ ତଥା କଳାହାଣ୍ଡି ଜିଲ୍ଲାର ପୂର୍ବତନ ପିଡିଡିଆରଡିଏ ପି. ଏଚ. କୁରିଆନ ସମାଚାର ଜଷ୍ଟ କ୍ଲିକ ପକ୍ଷରୁ ଆୟୋଜିତ ଚାଲ ଦେଖମା ଆମର କଳାହାଣ୍ଡି ୱେବିନାର କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଥିଲେ । ଏହି ଅବସରରେ ବେଙ୍ଗାଲୁରୁ ସ୍ଥିତ ଶ୍ରୀସତ୍ୟସାଇ ଇନ୍ସଷ୍ଟିଚ୍ୟୁଟ ଅଫ ହାୟର ଲରନିଙ୍ଗର ଆସୋସିଏଟ ପ୍ରଫେସର ଡ଼. ଅରୁଣ ବେହେରା କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ଆଖିଦୃଶିଆ ପରିବର୍ତ୍ତନ ପାଇଁ ସାମୁହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି । ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସହାୟତା ଓ ମାର୍ଗଦର୍ଶନ କରିବା ଉପରେ ଗୁରୁତ୍ବ ଦେଲେ ଶିକ୍ଷାର ବାତାବରଣରେ ପରିବର୍ତ୍ତନ ଦେଖାଯିବ ବୋଲି କହିଥିଲେ । ବେଙ୍ଗାଲୁରୁସ୍ଥିତ ଡଚି ବ୍ୟାଙ୍କର ଉପସଭାପତି ରଶ୍ମୀ ରଞ୍ଜନ ପଣ୍ଡା ଶିକ୍ଷା ସହିତ ଛାତ୍ରର ଅର୍ନ୍ତନିହିତ ଗୁଣର ବିକାଶର ଆବଶ୍ୟକତା ରହିଛି । ପାଠ ଉପରେ ଗୁରୁତ୍ବ ଦେଇ କ୍ୟାରିଅର ପାଇଁ ଦକ୍ଷତା ବିକାଶ କରିବା ପାଇଁ ଏକ ଫୋରମ ଜରିଆରେ ଆଗକୁ ନେବା ପାଇଁ ଗୁରୁତ୍ବ ଆରୋପ କରିଥିଲେ । ଫିଲ୍ମ ମେକର ସରୋଜ ମହାପାତ୍ର କଳାହାଣ୍ଡିରେ କଳା ଓ କଳାକାର ପ୍ରତିଭାର ଅଭାବ ନାହିଁ । ସେମାନଙ୍କୁ ସୁଯୋଗ ମିଳିଲେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିବେ । କଳାହାଣ୍ଡିରୁ କଳାସଂସ୍କୃତି ଓ ପରମ୍ପରାକୁ ଅନୁକରଣ କରି ଅନ୍ୟମାନେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବୋଲି କହିଥିଲେ । କଣ୍ଠଶିଳ୍ପୀ ଲିପ୍ସା ମହାରଣା କଳାହାଣ୍ଡିଆ ଗୀତ ପରିବେଷଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଥିଲେ ଦେବେନ୍ଦ୍ର କୁମାର ବିଶି ପ୍ରଗତି ଗ୍ରୁପ ଅଫ ଇନ୍ସଷ୍ଟିଚ୍ୟୁସନ ନଲେଜ ପାର୍ଟନର ଥିଲେ । ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣାସ୍ଥିତ ଏନଆରଡିସିର ସିନିଅର ରିଜ୍ୟୁନାଲ ମ୍ୟାନେଜର ଡ଼. ବିଜୟ କୁମାର ସାହୁ, ହୃଷିକେଶ ମିଶ୍ର, କର୍ତ୍ତବ୍ୟର ମୁଖ୍ୟ ଅଶୋକ ପଟ୍ଟନାୟକ, ଦୀଲ୍ଲି ବିଶ୍ବବିଦ୍ୟାଳୟର ଛାତ୍ର ଲୋକେଶ ଦୂର୍ଗା ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

