ନ୍ୟୁଜଗ୍ୟାଲେରି,(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଶ୍ରୀରାମ ମନ୍ଦିର ନିକଟ ପାଇକ ପଡା ଠାରେ କ୍ଷତ୍ରୀୟ ପାଇକ ସମାଜର ନୂତନ ସମାଜ ଗୃହ ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ଙ୍କ କରକମଳରେ ଉଦ୍ଧଘାଟନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପୂର୍ବତନ ନର୍ଲା ବିଧାୟକ ଧନେଶ୍ଵର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କ୍ଷତ୍ରିୟପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇ, କ୍ଷତ୍ରିୟ ପାଇକ ସମାଜର ଉପକୂଳପତି ଭୈରବ ପ୍ରସାଦ ନାୟକ, ସମ୍ପାଦକ ବାସୁଦେବ ପ୍ରଧାନୀ,ଭବାନୀପାଟଣା ଉପମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ, ରାମପୁର ଉପମଣ୍ଡଳ କୁଳ ସଦର ଡମ୍ବରୁଧର ଧଙ୍ଗଡାମାଝୀ, ସମ୍ପାଦକ ସୁଦାମ ଦୁବେ, ବନମାଳୀ ଦଣ୍ଡିଆ, ଜଗଦାନନ୍ଦ ପୁଝାରୀ,ଦାଦପୁର ଉପମଣ୍ଡଳ ସମ୍ପାଦକ ଚର୍ତୁରଭୁଜ ଦୁବେ ଉପସ୍ଥିତ ରହିଥିବା ବେଳେ ରୂପ କେଶ୍ୱରୀ ଦଳାଇ ସଭା ପରିଚାଳନା କରିଥିଲେ।
ଏହାପରେ ଶ୍ରୀରାମ କଲ୍ୟାଣ ମଣ୍ଡପରେ କ୍ଷତ୍ରିୟ ପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସନ୍ତୋଷ କୁମାର ଦୁବେ ଓ ଶ୍ରୀପତି ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ଲିପ୍ସାମୟୀ ଦୁବେ ମଞ୍ଚ ଉପସ୍ଥିତ ଅତିଥିମାନଙ୍କୁ ସ୍ୱଗତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମ ରେ କଳାହାଣ୍ଡି କ୍ଷତ୍ରିୟ ପାଇକ ପୂର୍ବ ମଣ୍ଡଳର କାର୍ଯ୍ୟ କର୍ତ୍ତା ଏବଂ ମ. ମରପୁର ଉପମଣ୍ଡଳ ମହିଳା,ସମାଜ ସେବୀ ସଦସ୍ୟମାନେ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

