ନ୍ୟୁଜଗ୍ୟାଲେରି,(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଶ୍ରୀରାମ ମନ୍ଦିର ନିକଟ ପାଇକ ପଡା ଠାରେ କ୍ଷତ୍ରୀୟ ପାଇକ ସମାଜର ନୂତନ ସମାଜ ଗୃହ ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ଙ୍କ କରକମଳରେ ଉଦ୍ଧଘାଟନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପୂର୍ବତନ ନର୍ଲା ବିଧାୟକ ଧନେଶ୍ଵର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କ୍ଷତ୍ରିୟପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇ, କ୍ଷତ୍ରିୟ ପାଇକ ସମାଜର ଉପକୂଳପତି ଭୈରବ ପ୍ରସାଦ ନାୟକ, ସମ୍ପାଦକ ବାସୁଦେବ ପ୍ରଧାନୀ,ଭବାନୀପାଟଣା ଉପମଣ୍ଡଳ ସମ୍ପାଦକ ହେମନ୍ତ କୁମାର ରାୟ, ରାମପୁର ଉପମଣ୍ଡଳ କୁଳ ସଦର ଡମ୍ବରୁଧର ଧଙ୍ଗଡାମାଝୀ, ସମ୍ପାଦକ ସୁଦାମ ଦୁବେ, ବନମାଳୀ ଦଣ୍ଡିଆ, ଜଗଦାନନ୍ଦ ପୁଝାରୀ,ଦାଦପୁର ଉପମଣ୍ଡଳ ସମ୍ପାଦକ ଚର୍ତୁରଭୁଜ ଦୁବେ ଉପସ୍ଥିତ ରହିଥିବା ବେଳେ ରୂପ କେଶ୍ୱରୀ ଦଳାଇ ସଭା ପରିଚାଳନା କରିଥିଲେ।
ଏହାପରେ ଶ୍ରୀରାମ କଲ୍ୟାଣ ମଣ୍ଡପରେ କ୍ଷତ୍ରିୟ ପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସନ୍ତୋଷ କୁମାର ଦୁବେ ଓ ଶ୍ରୀପତି ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ଲିପ୍ସାମୟୀ ଦୁବେ ମଞ୍ଚ ଉପସ୍ଥିତ ଅତିଥିମାନଙ୍କୁ ସ୍ୱଗତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମ ରେ କଳାହାଣ୍ଡି କ୍ଷତ୍ରିୟ ପାଇକ ପୂର୍ବ ମଣ୍ଡଳର କାର୍ଯ୍ୟ କର୍ତ୍ତା ଏବଂ ମ. ମରପୁର ଉପମଣ୍ଡଳ ମହିଳା,ସମାଜ ସେବୀ ସଦସ୍ୟମାନେ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

