କଳାହାଣ୍ଡି:ଭବାନୀପାଟଣା,ସଦର ବ୍ଲକ ଅନ୍ତର୍ଗତ ଦୁଆରସୁଣୀ ପଞ୍ଚାୟତ ର ମୂଷିଗୁଡା ଆଦର୍ଶ ବିଦ୍ୟାଳୟ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବାଣୀପଡ଼ା ମଶାଣୀ ପର୍ଯ୍ୟନ୍ତ ରାସ୍ତା କାମରେ ବ୍ୟାପକ ଘୋଟଲା ସାଙ୍ଗକୁ ମନରେଗା କାମକୁ ମେସିନରେ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ମତେ୧୦୨୨-୨୩ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟାମଂଜୁର ରେ ଭବାନୀପାଟଣା ପଞ୍ଚାୟତ ସମିତି ପକ୍ଷରୁ ଏହି କାର୍ଯ୍ୟା କରାଯାଇଛି।
ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ କାମକୁ ବିଭାଗର ଯନ୍ତ୍ରୀ ନକରି ଏକ ଠିକାଦାର କୁ ଦାୟିତ୍ୱ ଦିଆଯାଇ ଥିଲା । ଏହି ଠିକାଦାର ଜଣକ ସରକାରୀ ନିର୍ଦେଶନାମା କୁ ପାଳନ ନକରି ମନରେଗା କାମକୁ ଶ୍ରମିକ ନଲଗାଇ ଜେସିବି ଓ ଟ୍ରାକଟର ମାଧ୍ୟମରେ କରାଇଥିବା ବେଳେ, ନିମ୍ନ ମାନର ଚିପ୍ସ,ରୁଗୁଡା ବ୍ୟବହାର କରିଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି. ନିମ୍ନ ମାନର କାର୍ଯ୍ୟା ଯୋଗୁଁ ରାସ୍ତାର ସ୍ଥାୟିତ୍ୱ ନେଇ ସନ୍ଦେହ ଉଠିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ବ୍ଲକ ଉର୍ନୟନ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଜନସାଧାରଣ । ବିଭାଗୀୟ ଯନ୍ତ୍ରୀ କାଁହ୍ନୁଚରଣ ଟୁଡୁ ଓ ପଞ୍ଚାୟତ କର୍ମଚାରୀ କେବେ ଏହି କାମକୁ ଦେଖିବାକୁ ଆସିନଥିବା ଅଭିଯୋଗ ହୋଇଛି । ଫଲସ ମାଷ୍ଟର ରୋଲ ପ୍ରସ୍ତୁତ କରି ବିଲ୍ ଉଠାଯାଇଥିବା ଅଭିଯୋଗ କରିଛନ୍ତି ଅନେକ ଜବକାର୍ଡ ଧ।ରି ।ଏନେଇ ଭବାନୀପାଟଣା ପଞ୍ଚାୟତ ସମିତି ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରୀତି କୁମାରୀଙ୍କୁ ପଚାରିବାରୁ ଏଭଳି କୌଣସି ଦୁର୍ନୀତି ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

