କଳାହାଣ୍ଡି:ଭବାନୀପାଟଣା,ସଦର ବ୍ଲକ ଅନ୍ତର୍ଗତ ଦୁଆରସୁଣୀ ପଞ୍ଚାୟତ ର ମୂଷିଗୁଡା ଆଦର୍ଶ ବିଦ୍ୟାଳୟ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବାଣୀପଡ଼ା ମଶାଣୀ ପର୍ଯ୍ୟନ୍ତ ରାସ୍ତା କାମରେ ବ୍ୟାପକ ଘୋଟଲା ସାଙ୍ଗକୁ ମନରେଗା କାମକୁ ମେସିନରେ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ମତେ୧୦୨୨-୨୩ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟାମଂଜୁର ରେ ଭବାନୀପାଟଣା ପଞ୍ଚାୟତ ସମିତି ପକ୍ଷରୁ ଏହି କାର୍ଯ୍ୟା କରାଯାଇଛି।
ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ କାମକୁ ବିଭାଗର ଯନ୍ତ୍ରୀ ନକରି ଏକ ଠିକାଦାର କୁ ଦାୟିତ୍ୱ ଦିଆଯାଇ ଥିଲା । ଏହି ଠିକାଦାର ଜଣକ ସରକାରୀ ନିର୍ଦେଶନାମା କୁ ପାଳନ ନକରି ମନରେଗା କାମକୁ ଶ୍ରମିକ ନଲଗାଇ ଜେସିବି ଓ ଟ୍ରାକଟର ମାଧ୍ୟମରେ କରାଇଥିବା ବେଳେ, ନିମ୍ନ ମାନର ଚିପ୍ସ,ରୁଗୁଡା ବ୍ୟବହାର କରିଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି. ନିମ୍ନ ମାନର କାର୍ଯ୍ୟା ଯୋଗୁଁ ରାସ୍ତାର ସ୍ଥାୟିତ୍ୱ ନେଇ ସନ୍ଦେହ ଉଠିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ବ୍ଲକ ଉର୍ନୟନ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଜନସାଧାରଣ । ବିଭାଗୀୟ ଯନ୍ତ୍ରୀ କାଁହ୍ନୁଚରଣ ଟୁଡୁ ଓ ପଞ୍ଚାୟତ କର୍ମଚାରୀ କେବେ ଏହି କାମକୁ ଦେଖିବାକୁ ଆସିନଥିବା ଅଭିଯୋଗ ହୋଇଛି । ଫଲସ ମାଷ୍ଟର ରୋଲ ପ୍ରସ୍ତୁତ କରି ବିଲ୍ ଉଠାଯାଇଥିବା ଅଭିଯୋଗ କରିଛନ୍ତି ଅନେକ ଜବକାର୍ଡ ଧ।ରି ।ଏନେଇ ଭବାନୀପାଟଣା ପଞ୍ଚାୟତ ସମିତି ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରୀତି କୁମାରୀଙ୍କୁ ପଚାରିବାରୁ ଏଭଳି କୌଣସି ଦୁର୍ନୀତି ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

