କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅମଲା ସଂଘ ପକ୍ଷରୁ କନିଷ୍ଟ ସହାୟକ ଙ୍କ ପ୍ରବେଶିକା ଦରମା ହାର ୪୨୦୦ ଗ୍ରେଡ ପେ କରିବା ଦାବି ନେଇ ଅମଲା ସଙ୍ଘର ଅନିର୍ଦିଷ୍ଟ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଅମଲା ମନେ ଛିଟି ନେଇ ଆନ୍ଦୋଳନ ରେ ଥିବାରୁ ଜିଲ୍ଲାର ସମସ୍ତ ସରକାରୀ ଦପ୍ତର ରେ ସରକାରୀ କାର୍ଯ୍ୟା ତିନି ଦିନ ହେଲା ବନ୍ଦ ଥିବାରୁ ପ୍ରତି ଦିନ ବିଭିନ୍ନ ଗ୍ରାମା ଅଞ୍ଚଳରୁ ଆସୁଥିବା ଜନସାଧାରଣ ସରକାରୀ କାର୍ଯ୍ୟକରାଇବା ପାଇଁ ହଜାର ହଜାର ଲୋକ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଶି ନିରାଶ ହେବାର ଦେଖିବାକୁ ମିଳୁଛି ।
ତୃତୀୟ ଦିନରେ ଭବାନୀପାଟଣା ଉପଖଣ୍ଡ ର ସମସ୍ତ ଅମଲା ଏକ ଜୁଟ ହୋଇ କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି। ଭବାନୀପାଟଣା ଉପଖଣ୍ଡ ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ସାମିଲ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି । ଜିଲା ମିଳିତ ଅମଲା ମଞ୍ଚ ର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡ ଓ ଆବାହକ ଆଶୁତୋଷ ମିଶ୍ର ପ୍ରକାଶ କରିଛନ୍ତି ଯେ ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ। ଫଳରେ ଅମଲା ଙ୍କ ଛୁଟି କାରଣ ରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଚ୍ଚ ଶିକ୍ଷା କାର୍ଯ୍ୟ ଳୟ, ପରିବହନ, ପୂର୍ତ୍ତି ବିଭାଗ, ରାଜସ୍ୱ, ବିଭାଗ ଏଭଳି ଅନେକ ସରକାରୀ କାର୍ଯ୍ୟସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଛି ।
ଜିଲ୍ଲାରେ ବିଭିନ୍ନ ବିଭାଗ ର ଅମଲା ଏହି ସଂମୂହ ଛୁଟି ଆନ୍ଦୋଳନ ରେ ରେ ଥିବା ଜଣା ପଡ଼ିଛି। ଅମଲା ସଂଘ ର ଆନ୍ଦୋଳନ କୁ ରାଜ୍ୟ ମିଳିତ ଅମଲା ମଞ୍ଚ ଆହୁରି ଅଧିକ ସମର୍ଥନ କରୁଥିବାରୁ ଦିନକୁ ଦିନ ଏହି ଆନ୍ଦୋଳନ ତୀବ୍ରତର ହେଉଛି ।ସରକାର ଆଲୋଚନା କଲା ପରେ ତାହା ବିଫଳ ହୋଇଥିଲା ପୁନର ଆଲୋଚନା କରାଯାଇ ଦାବି ଗୁଡିକ ପୁରାଣ କରାଯାଉ ନାଚିତ ଏହି ଆନ୍ଦୋଳନ ଜାରି ରହିବ ବୋଲି କଳାହାଣ୍ଡି ଜିଲା ମିଳିତ ଅମଲା ମଞ୍ଚ ର ସଭାପତି ସୁକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

