କଳାହାଣ୍ଡି :କୋକସରା, କାଉଡୋଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଶୁଭ ଉଦ୍ଧଘାଟନୀ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଧର୍ମଗତ ବିଧାୟକ ମୈ।ଷଧି ବାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ସଭାପତି ଗିରିଶ ଚନ୍ଦ୍ର ବେହେରା , କୋକସରା ତହସିଲଦାର ଦେବବ୍ରତ କରାଟି,କେନ୍ଦ୍ର ସମବାୟ ବ୍ୟାଙ୍କ କୋକସରା ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ , ଜିଲ୍ଲା ଆତ୍ମା ଅଧ୍ୟକ୍ଷ ସଚିଦାନନ୍ଦ ମହାଖୁଡ଼ ଯୋଗ ଦେଇଥିଲେ ।
କାଉଡୋଲା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟଳୟ ଉଦ୍ଧଘାଟିତ କରିଥିଲେ। କାଉଡୋଲା ପଞ୍ଚାୟତ ର ଚାଷୀ ମାନଙ୍କ ଦିର୍ଘ ଦିନର ଆସା ପୁରଣ ହୋଇଥିବାରୁ ଚାଷୀ ମାନେ ବହୁ ଆନନ୍ଦିତ ହୋଇଥିଲେ। ମିଳିଥିଲା ବିକାଶ କ୍ଷେତ୍ରରେ କୃଷକମାନେ ନିଶ୍ଚିତ ଭାବରେ ଆଗକୁ ବଢ଼ିବାରେ ସକ୍ଷମ
ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ମାନଙ୍କ ସାଥିରେ ଅଛନ୍ତି ଏବଂ ଚାଷୀ ତଥା କୃଷକ ମାନଙ୍କର ଉନ୍ନତି କେମିତି ହେବ ସେମାନେ ଏହି ସମବାୟ ସମିତି ଲିଃ ମାଧ୍ୟମରେ କଣ ସବୁ ସୁବିଧା ପାଇପାରିବେ ସେଥିପ୍ରତି
ଅତିଥି ମାନେ ବିଶେଷ ଭାବରେ ମତ ପ୍ରକାଶ କରିଥିଲେ ।
ଏହି ଉଦ୍ଧଘାଟନୀ କାର୍ଯ୍ୟକ୍ରମ ରେ କାଉଡୋଲା ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି ସୁରେନ୍ଦ୍ର କୁମାର ସାହୁ , ଉପ ସଭାପତି ସଂଯୁକ୍ତା ବେଶ୍ରା ,ସଂଗଠକ ମନୋରଞ୍ଜନ ପୁରୋହିତ, କୃଷି ସମବାୟ ସମିତି ଲିଃ ସମ୍ପାଦକ
ଶ୍ରୀଧର ମୁଣ୍ଡ , ଆମପାଣି କୃଷି ସମବାୟ ସମିତି ଲିଃ ସମ୍ପାଦକ ବିକାଶ କୁମାର ପଣ୍ଡା , ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଟିକୁ ଶଶାଙ୍କ ଶେଖର ପୁରୋହିତ ପରିଚାଳନା କରି ଥିଲେ ବେଳେ ସୁରେନ୍ଦ୍ର ସାହୁ ଉପସ୍ଥିତ ଅତିଥି ଏବଂ ଚାଷୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

