ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଦିଲ୍ଲୀ ରେ ବିଜେପି ନିର୍ବାଚନ ହାରିବା ଭୟରେ କେନ୍ଦ୍ର ସରକାର ମିଥ୍ଯା ଆରୋପ ରେ ଦିଲ୍ଲୀ ମୂଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗତ ରାତି ୧୦ ଘଣ୍ଟା ସମୟ ରେ ଇଡି ଗିରଫ କରିଛି ବୋଳି ଅଭିଯୋଗ ଆଣିଲେ ଆମ ଆଦମୀ ପାର୍ଟି କର୍ମକର୍ତ୍ତା ତାକୁ ନେଇ ଆଜି କଳାହାଣ୍ଡି ଆମ୍ ଆଦମୀ ପାର୍ଟି ପକ୍ଷରୁ ଭବାନୀପାଟଣା ସ୍ଥିତ ଗାନ୍ଧୀ ଛକ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ।
ଏହି ପ୍ରତିବାଦ ସଭା କାର୍ଯ୍ଯକ୍ରମ ରେ ଜିଲ୍ଲା ଆବାହକ ସତ୍ଯ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ତିର୍ଥ ବୁଦ୍ଧିଆ, ଜିଲ୍ଲା ସହ ସମ୍ପାଦକ ଭୂଜମଣି ନାଗ, ଜିଲ୍ଲା ଯୁବ ସଭାପତି ଅଗଷ୍ଟ ନାଏକ,ଜିଲ୍ଲା ଅଳ୍ପ ସଂଖ୍ୟକ ସଭାପତି ଏମ୍ ଡି ଅଜିଜ, ଭବାନୀପାଟଣା ବ୍ଲକ ର ସଭାପତି ଜଗନ୍ନାଥ ପଟେଲ , ଟାଉନ ସଭାପତି ଦୁର୍ଯ୍ଯୋନ ବାଗ, ଜିଲ୍ଲା ଅଳ୍ପ ସଂଖ୍ୟକ ଉପ ସଭାପତି ଏମ ଡି ସବୀର, ରାହୁଲ ସା, ଟାଉନ ସମ୍ପାଦକ ସୁରଜିତ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନ ରେ ଜିଲ୍ଲା ବ୍ଯାପି ଆନ୍ଦୋଳନ କରାଯିବ ବୋଲି ଆହ୍ବାନ କରାଯାଇଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

