ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଦିଲ୍ଲୀ ରେ ବିଜେପି ନିର୍ବାଚନ ହାରିବା ଭୟରେ କେନ୍ଦ୍ର ସରକାର ମିଥ୍ଯା ଆରୋପ ରେ ଦିଲ୍ଲୀ ମୂଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗତ ରାତି ୧୦ ଘଣ୍ଟା ସମୟ ରେ ଇଡି ଗିରଫ କରିଛି ବୋଳି ଅଭିଯୋଗ ଆଣିଲେ ଆମ ଆଦମୀ ପାର୍ଟି କର୍ମକର୍ତ୍ତା ତାକୁ ନେଇ ଆଜି କଳାହାଣ୍ଡି ଆମ୍ ଆଦମୀ ପାର୍ଟି ପକ୍ଷରୁ ଭବାନୀପାଟଣା ସ୍ଥିତ ଗାନ୍ଧୀ ଛକ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ।
ଏହି ପ୍ରତିବାଦ ସଭା କାର୍ଯ୍ଯକ୍ରମ ରେ ଜିଲ୍ଲା ଆବାହକ ସତ୍ଯ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ତିର୍ଥ ବୁଦ୍ଧିଆ, ଜିଲ୍ଲା ସହ ସମ୍ପାଦକ ଭୂଜମଣି ନାଗ, ଜିଲ୍ଲା ଯୁବ ସଭାପତି ଅଗଷ୍ଟ ନାଏକ,ଜିଲ୍ଲା ଅଳ୍ପ ସଂଖ୍ୟକ ସଭାପତି ଏମ୍ ଡି ଅଜିଜ, ଭବାନୀପାଟଣା ବ୍ଲକ ର ସଭାପତି ଜଗନ୍ନାଥ ପଟେଲ , ଟାଉନ ସଭାପତି ଦୁର୍ଯ୍ଯୋନ ବାଗ, ଜିଲ୍ଲା ଅଳ୍ପ ସଂଖ୍ୟକ ଉପ ସଭାପତି ଏମ ଡି ସବୀର, ରାହୁଲ ସା, ଟାଉନ ସମ୍ପାଦକ ସୁରଜିତ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନ ରେ ଜିଲ୍ଲା ବ୍ଯାପି ଆନ୍ଦୋଳନ କରାଯିବ ବୋଲି ଆହ୍ବାନ କରାଯାଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

