ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବଣିକ ସଂଘ ପକ୍ଷରୁ ୫୦ତମ ବାର୍ଷିକ ଉତ୍ସବ ସୁବର୍ଣ୍ଣ ଜୟନ୍ତୀ ଭବାନୀପାଟଣା ସ୍ଥିତ ହିଲଟାଉନ ଠାରେ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ମୁଖ୍ୟବକ୍ତା ଭାରତ ଟ୍ରେଡ଼ ଏସୋସିଏସନ ବ୍ରିଜ ମୋହନ ଅଗ୍ରୱାଲ, ସମ୍ମାନୀତ ଅତିଥି ରିଜ୍ୟୁନାଲ ମେନେଜର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଆର. ଗଙ୍ଗାଧର ପଟ୍ଟନାୟକ ଉପସ୍ଥିତ ରହିଥିଲେ।
କଳାହାଣ୍ଡି ବଣିକ ସଂଘ ର ୫୦ତମ ସୁବର୍ଣ୍ଣ ଜୟନ୍ତୀ ଜିଲ୍ଲା ସଭାପତି ବିଜୟ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମନୋଜ ଶର୍ମା ଏବଂ ସମିତା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ୫୦ତମ ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଥମେ ଜିଲ୍ଲା ର ସମସ୍ତ ବ୍ୟବସାୟକ ସଂଗଠନ କର୍ମଚାରୀଙ୍କୁ ବିମା ଭୁକ୍ତ କରାଯିବା ସହିତ ନାମ ପଞ୍ଜିକରଣ କରାଯାଇଥିଲା ପରେ ପରେ ସଂଘ୍ ସଦସ୍ୟ ମାନେ ବାଇକ ରେ ସହର ପରିକ୍ରମା କରି କାର୍ଯ୍ୟକ୍ରମ କୁ ଓଡ଼ିଆ ସିନେମା ଜଗତର ଚର୍ଚିତା ନାୟିକା ପୁନମ ମିଶ୍ର ଉଦ୍ଧଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ପରେ ପରେ ସୁବର୍ଣ୍ଣ ଜୟନ୍ତୀ ଅବସରରେ ବାଳକ ବାଳିକା ମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ବାଳକ ବାଳିକା ମାନଙ୍କୁ ଏବଂ ବରିଷ୍ଠ ବ୍ୟବସାୟୀ,ବିଶିଷ୍ଟ ନାଗରିକ ତଥା ବୁଦ୍ଧିଜୀବୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପାନ କରିବା ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ବଣିକ ସଂଘ ର କାର୍ଯ୍ୟକର୍ତ୍ତା ସଦସ୍ୟ ମାନେ ନିଜନିଜର ଦାୟିତ୍ୱ ତୁଲାଇବା ସହିତ ଜିଲ୍ଲା ରୁ ବିଭିନ୍ନ ଅନୁକୁଣରୁ ଆସିଥିବା ଅତିଥି ମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସମ୍ମାନ ସହିତ ପାଛୋଟି ନେଇଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

