ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ୯୭ ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁ ମିଲନ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ଧର୍ମଗଡ, ବେହେରା:(ଭୂପେଶ ତିୱାରୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ମା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ୯୭ ମାଟ୍ରିକ ବ୍ୟାଚ୍ ଛାତ୍ର,ଛାତ୍ରୀ ମାନଙ୍କ ବନ୍ଦୁ ମିଳନ କାର୍ଯ୍ୟକ୍ରମ ଐତିହାସିକ ପର୍ଯଟନ ସ୍ଥଳୀ ଡୋକରି ଚଞ୍ଚରା ଠାରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରଭାତ ତିୱାରୀ ଙ୍କ ଆବାହନ କ୍ରମେ କାର୍ଯ୍ୟକ୍ରମରେ ୫୫ ଜଣ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ପୁରୁଣା ସ୍ମୃତି କୁ ମନେ ପକାଇ ଭାବ ବିହ୍ବଳ ହୋଇ ପଡ଼ିଥିଲେ ।ସର୍ବ ପ୍ରଥମେ ଗୁରୁ ବନ୍ଦନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ସଭାରେ ବିଦଙ୍ଗତ ଚାରିଜଣ ସହ ପାଠୀ ଙ୍କ ପାଇ ଦୁଇ ମିନିଟ ମୌନବ୍ରତ କରାଯାଇଥିଲା। ଉପସ୍ଥିତ ସମସ୍ତେ ନିଜ ନିଜ ପରିଚୟ ପ୍ରଦାନ ସହ ଆଗକୁ ଏପରି ଭାଇଚାରା ବଜାୟ ରଖିବାକୁ ଶପଥ କରିଥିଲେ। ପରେ ସମସ୍ତ ଙ୍କ ପାଇ ଭୋଜନ ର ବ୍ୟବସ୍ଥା କରାଯାଇ ଥିଲା।କାର୍ଯ୍ୟକ୍ରମ କୁ ବୈବସୂତ ଚଲାନ,ଉଦ୍ଧବ ଧରୁଆ,କ୍ଷୀର ସିନ୍ଧୁ ଗୋପାଳ,ତୁଷାର ବିଶି,ସୁରେଶ ଖମାରୀ,ଚୂଡ଼ାମଣି ନାଏକ,ସତ୍ୟବାନ୍ ବିଶି,ମନମୋହନ ମାଝୀ,ରିତେଶ ଅଗ୍ରୱାଲ,ପିଙ୍କି, ପ୍ରଞଳୀ,ଚମ୍ପା,ଅନୁସୁୟା,ସୁଶୀଳା,ବିନୋଦିନୀ,ଯଶଦା ପ୍ରମୁଖ ସହଯୋଗ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts