ନ୍ୟୁଜ ଗ୍ୟାଲେରି, ଧର୍ମଗଡ, ବେହେରା:(ଭୂପେଶ ତିୱାରୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ମା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ୯୭ ମାଟ୍ରିକ ବ୍ୟାଚ୍ ଛାତ୍ର,ଛାତ୍ରୀ ମାନଙ୍କ ବନ୍ଦୁ ମିଳନ କାର୍ଯ୍ୟକ୍ରମ ଐତିହାସିକ ପର୍ଯଟନ ସ୍ଥଳୀ ଡୋକରି ଚଞ୍ଚରା ଠାରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରଭାତ ତିୱାରୀ ଙ୍କ ଆବାହନ କ୍ରମେ କାର୍ଯ୍ୟକ୍ରମରେ ୫୫ ଜଣ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ପୁରୁଣା ସ୍ମୃତି କୁ ମନେ ପକାଇ ଭାବ ବିହ୍ବଳ ହୋଇ ପଡ଼ିଥିଲେ ।ସର୍ବ ପ୍ରଥମେ ଗୁରୁ ବନ୍ଦନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ସଭାରେ ବିଦଙ୍ଗତ ଚାରିଜଣ ସହ ପାଠୀ ଙ୍କ ପାଇ ଦୁଇ ମିନିଟ ମୌନବ୍ରତ କରାଯାଇଥିଲା। ଉପସ୍ଥିତ ସମସ୍ତେ ନିଜ ନିଜ ପରିଚୟ ପ୍ରଦାନ ସହ ଆଗକୁ ଏପରି ଭାଇଚାରା ବଜାୟ ରଖିବାକୁ ଶପଥ କରିଥିଲେ। ପରେ ସମସ୍ତ ଙ୍କ ପାଇ ଭୋଜନ ର ବ୍ୟବସ୍ଥା କରାଯାଇ ଥିଲା।କାର୍ଯ୍ୟକ୍ରମ କୁ ବୈବସୂତ ଚଲାନ,ଉଦ୍ଧବ ଧରୁଆ,କ୍ଷୀର ସିନ୍ଧୁ ଗୋପାଳ,ତୁଷାର ବିଶି,ସୁରେଶ ଖମାରୀ,ଚୂଡ଼ାମଣି ନାଏକ,ସତ୍ୟବାନ୍ ବିଶି,ମନମୋହନ ମାଝୀ,ରିତେଶ ଅଗ୍ରୱାଲ,ପିଙ୍କି, ପ୍ରଞଳୀ,ଚମ୍ପା,ଅନୁସୁୟା,ସୁଶୀଳା,ବିନୋଦିନୀ,ଯଶଦା ପ୍ରମୁଖ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

