ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ବିଶ୍ୱନାଥପୁର ସ୍ଥିତ ମାଁ ହୀରା ନୀଳା ସ୍ନାତକ ଡିଗ୍ରୀ ମହାବିଦ୍ୟାଳୟ ବର୍ତ୍ତମାନ ବିବାଦ ମଧ୍ୟ ରେ ଟାଣି ହୋଇଯାଇଛି। ସୂଚନା ମୁତାବକ ଦୀର୍ଘ ୩ ବର୍ଷ ପୂର୍ବରୁ ଉକ୍ତ କଲେଜ ରେ କାର୍ଯ୍ୟରତ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଙ୍କୁ କୋଣସି କାରଣ ବଶତଃ ଚାକିରୀ ରୁ ଅପସାରିତ କରାଯାଇଥିଲା। ସରକାର ଙ୍କ ପକ୍ଷରୁ ପାଇଥିବା ନିୟମିତ ଦରମା କୁ ମଧ୍ୟ ବନ୍ଦ କରାଯାଇଥିଲା।
ଏହି ସମ୍ବନ୍ଧ ରେ ଶ୍ରୀ ସାହୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଦ୍ୱାରସ୍ତ ହୋଇ ଏକ ପିଟିସନ ଦାଖଳ କରିଥିଲେ। ଫଳରେ ଜୁଲାଇ ୨୭/୨୦୨୩ ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଥିଲା। ୭ ମାର୍ଚ୍ଚ ୨୦୨୪ ରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ପକ୍ଷ ରୁ ପ୍ରସନ୍ନ କୁମାର ସାହୁ ଡି.ଡି.ଓ କ୍ଷମତା କୁ ଅପବ୍ୟବହାର କରୁଥିବା ନେଇ ଉପଜିଲ୍ଲାପାଳ ଙ୍କ କଳାହାଣ୍ଡି ଏବଂ ଡେପୁଟି ଡ଼ାଇରେକ୍ଟରଙ୍କୁ ଏସମ୍ବନ୍ଧରେ ଚିଠି କରି ଉତ୍ତର ମଗାଯାଇଥିଲା। ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରିକରାଯାଇଥିଲା ଯେଉଁଥିରେ କି କଲେଜ ର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଙ୍କୁ ସମସ୍ତ ଦରମା ଫେରାଇବା ପାଇଁ କଡ଼ା କଡ଼ି ନିର୍ଦେଶ ଦିଆଯାଇଥିଲା । ଭୁବନେଶ୍ୱର ଉଚ୍ଚଶିକ୍ଷା ବିଭାଗ ର ଡେପୁଟି ଡ଼ାଇରେକ୍ଟର ଉପଜିଲ୍ଲାପାଳ ଏବଂ ମା ହୀରା ନୀଳା କଲେଜ ଗଭର୍ନିଙ୍ଗ ବଡିର ଶ୍ରୀ ପ୍ରସନ୍ନ କୁମାର ସାହୁ ଙ୍କୁ ଚିଠି କରି ଚାକିରୀ ସବିଶେଷ ବିବରଣୀ ଏବଂ ସମସ୍ତଦରମା ଦେବା ପାଇଁ ଚିଠି ରେ ଉଲ୍ଲେଖ କରିଥିଲେ। ହେଲେ ଆଜିକୁ ୮ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଉପଜିଲ୍ଲାପାଳ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ମାଁ ହୀରା ନୀଳା ସ୍ନାତକ +୩ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ସରକାରଙ୍କ ଦ୍ୱାରା ଅନୁମୋଦିତ ଅଧ୍ୟକ୍ଷ ନହୋଇ ମଧ୍ୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଦରମା ପ୍ରଦାନ କରୁଥିବା ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ନିର୍ଦେଶ ସତ୍ୱେ କଣ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏବଂ ଉପଜିଲ୍ଲାପାଳ ଭବାନୀପାଟଣା ପୂର୍ବତନ ସରକାରୀ ଅନୁମୋଦିତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଦରମା ପ୍ରଦାନ ତଥା କାର୍ଯ୍ୟରେ ନିଯୁକ୍ତି ସମ୍ବନ୍ଧୀୟ ଆଦେଶ ପ୍ରଦାନ କରିବାକୁ କୁଣ୍ଠାବୋଧ କରୁଛନ୍ତି। ତେବେ ଏହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କଲେଜ ବିବାଦ ର ସମାଧାନ କଲେ ଏହି ମହାବିଦ୍ୟାଳୟ ରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ ଏବଂ ଅଧ୍ୟାୟନରତ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି। ଏହାକୁ ନେଇ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କୁ ପଚାରିବାରୁ ସେ ସିଧାସଳଖ ପ୍ରତିକ୍ରିୟା ପାଇଁ ଉପ ଜିଲ୍ଲାପାଳ ମନା କରିଛନ୍ତି ବୋଲି କହିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

