ଥୁଆମୂଳ ରାମପୁର ଅଞ୍ଚଳରେ ଉତ୍କଳ ଆଲୁମିନାର ବିକାଶ ମୁଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

0 minutes, 0 seconds Read

କଳାହାଣ୍ଡି/ଥୁଆମୂଳ ରାମପୁର, ଉତ୍କଳ ଆଲୁମିନା ଇଣ୍ଟରନେସନାଲ କମ୍ପାନୀ ପକ୍ଷରୁ ଥୁଆମୂଳ ରାମପୁର ବ୍ଲକ ରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ ହୋଇଛି ।ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଲେମନ୍ ଗ୍ରାମ ତୈଳ ନିଷ୍କାସନ ୟୁନିଟ ଉଦ୍ଧଘାଟନ, ନିରୋଗଶାଳା ନାମରେ ଏକ ଗ୍ରାମ ସ୍ୱାସ୍ଥ୍ୟ ଦାତବ୍ୟ ଚିକିତ୍ସାଳୟ ର ଶୁଭାରମ୍ଭ ଏବଂ ଉତ୍ସର୍ଗୀକୃତ ଆମ୍ବୁଲାନ୍ସ ସେବା ଏଥିସହିତ ହାଲୁକା ମୋଟର ଯାନ ଡ୍ରାଇଭିଂ ତାଲିମ କାର୍ଯ୍ୟକ୍ରମ ସମାପନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଉତ୍କଳ ଆଲୁମିନା ପ୍ରେସିଡେଣ୍ଟ ତଥା ୟୁନିଟ ହେଡ଼ ମଜହର ବେଗ, ଏହି ପ୍ରକଳ୍ପ ଗୁଡିକୁ ଉଦ୍ଧଘାଟନ ଓ ଶୁଭାରମ୍ଭ କରିଥିଲେ।ଉଦ୍ଧଘାଟଣୀ କାର୍ଯ୍ୟକ୍ରମ ରେ ବିଶିଷ୍ଟ ବ୍ୟକ୍ତିଗଣ ଏବଂ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ରାଜନେତା ପ୍ରମୁଖ ଉପସ୍ଥିତ ରହିଥିଲେ। ଗୁଜାମାଲିପଡା ଗ୍ରାମରେ ଉଦ୍ଧଘାଟିତ ଲେମନ୍ ଗ୍ରାସ୍ ତୈଳ ନିଷ୍କାସନ ୟୁନିଟ ରୁ ୬୦ ପରିବାରକୁ ବଜାର ସଂଯୋଗୀକରଣ କରାଯାଇଛି , ଯେଉଁମାନେ ସମ୍ପ୍ରତି ପ୍ରକଳ୍ପ ସୁଗନ୍ଧାରେ ତାଲିକାଭୁକ୍ତ ହୋଇ ୧୦୦ ଏକର ଜମିରେ ଲେମନ୍ ଗ୍ରାସ୍ ଚାଷ କରୁଛନ୍ତି।ସେହିପରି ଗୋପୀନାଥପୁର ଠାରେ ନିରୋଗଶାଳା ନାମରେ ଗ୍ରାମ ସ୍ୱାସ୍ଥ୍ୟ ଦାତବ୍ୟ ଚିକିତ୍ସା ପ୍ରତିଷ୍ଠାନ ଗ୍ରାମ ଏବଂ ତାହାର ନିକଟବର୍ତ୍ତୀ ଅଂଚଳଗୁଡିକରେ ବାସ କରୁଥିବା ଜନସାଧାରଣଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଏଥିସହିତ ଆବଶ୍ୟକ ସମୟ ରେ ଜଟିଳ ସ୍ୱାସ୍ଥ୍ୟ ସେବା ସହାୟତା ଯୋଗାଇବା ତଥା ଉଚ୍ଚତର ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନକୁ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ଏକ ଉତ୍ସର୍ଗୀକୃତ ଆମ୍ବୁଲାନ୍ସ ସେବା ମଧ୍ୟ ଉଦ୍ଧଘାଟିତ ହୋଇଯାଇଛି । ପ୍ରୋଜେକ୍ଟ ଦୃଷ୍ଟି ଅଧୀନରେ କମ୍ ଦୃଷ୍ଟିଶକ୍ତି ଥିବା ୨୦ ଜଣ ବ୍ୟକ୍ତିଙ୍କୁ ଚଷମା ବଣ୍ଟନ କରାଯାଇଥିଲା । ସମ୍ପ୍ରତି ପ୍ରୋଜେକ୍ଟ କୁଶଳୀ ଅଧୀନରେ ଗୋପୀନାଥପୁର ଠାରେ ଚାଲିଥିବା ହାଲୁକା ମୋଟର ଯାନ ଡ୍ରାଇଭିଂ ତାଲିମ କାର୍ଯ୍ୟକ୍ରମ ର ସମାପନ ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା। ସଫଳତାର ସହିତ ଡ୍ରାଇଭିଂ ତାଲିମ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଥିବା ୩୦ ଜଣ ଉତ୍ସାହୀ ଯୁବବର୍ଗ ଙ୍କୁପ୍ରମାଣପତ୍ରପ୍ରଦାନକରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମନୋଜ ଦାସ, ଏଜିଏମ୍ ସିଏସ୍ଆର ମାଇନ୍ସ ଉତ୍କଳ ଆଲୁମିନଙ୍କ ନେତୃତ୍ୱରେ ଖଣି ସିଏସ୍ଆର ଟିମ୍ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ ଉତ୍କଳ ଆଲୁମିନାର ଅନେକ ଅଧିକାରୀ ଏବଂ ଅଞ୍ଚଳର ଜନସାଧାରଣ ସାମିଲ ହୋଇଥିଲେ l

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts