କଳାହାଣ୍ଡି:ଭବାନୀପାଟଣା,ଆମ ଆଦମୀ ପାର୍ଟି ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ।ମେ -୨୯ ତାରିଖ ଦିନ କଳାହାଣ୍ଡି ବାସୀ ଙ୍କୁ ୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଦାବି ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା।ତାକୁ ନେଇ ଏକ ସମୀକ୍ଷା ବୈଠକ ସହିତ ଆସନ୍ତା ଜୁନ୍ ୮ ତାରିଖ ଦିନ ଓଡ଼ିଶାର ସମସ୍ତ ପରିବାର କୁ ୨୦୦ ୟୁନିଟ୍ ଫ୍ରି ବିଜୁଳି ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେବା ସମ୍ବନ୍ଧରେ ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା।
ଏହି ବୈଠକ ରେ କଳାହାଣ୍ଡି ଲୋକସଭା ସଂଯୋଜକ କୃତିବାସ ମୁଣ୍ଡ, ଜିଲ୍ଲା ଆବାହକ ସତ୍ୟ ମାହାର, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଦୋଲେଶ୍ୱର ସା, ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ, କ୍ଷୀରୋଦ ନାଗ, ଭୁଜ ମଣି ନାଗ, ପ୍ରଫୁଲ୍ଲ କର, ପ୍ରସନ୍ନ ସାହୁ, ରଞ୍ଜିତା ନାଏକ, ଦୁର୍ଜନ ବାଗ, ପୂର୍ଣ୍ଣ ନାଏକ, ଡିସେମ୍ବର ଖର୍ସେଲ, ଲଳିତା ନାଏକ, ବଳଭଦ୍ର ଜାନି, ଡମ୍ବରୁ ପାଣିଗ୍ରାହୀ , ଜଗନ୍ନାଥ ପଟେଲ୍ ଏବଂ ଆମ ଆଦମୀ ପାର୍ଟି ରକାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ। ଭୁବନେଶ୍ବର ମାଷ୍ଟର କେଣ୍ଟିନ ରେ ହେବାକୁ ଥିବା ବିଜୁଳି ଆନ୍ଦୋଳନ ରେ କଳାହାଣ୍ଡି ଜିଲ୍ଲା ରୁ ଶତାଧିକ କର୍ମୀ ସାମିଲ୍ ହେବେ ବୋଲି ନିଷ୍ପତି ନିଆ ଯାଇଥିଲା।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

