କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କେସିଙ୍ଗା ରେଳ ଷ୍ଟେସନରେ ଏକ ମାଲ ବୋଝଇ ଟ୍ରେନ ମଝିରୁ ଅଲଗା ହୋଇଗଲା ତେବେ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇପାରିଛି। ଏଥିରେ କିଛି କ୍ଷତି ହୋଇ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଦାମନଯୋଡିରୁ ଆଲୁମିନା ବୋଝେଇ ଏକ ମାଲବାହୀ ଟ୍ରେନ୍ ଆଜି ସକାଳେ ଅନୁଗୁଳ ଅଭିମୁଖେ ଯାଉଥିଲା। ଟ୍ରେନ୍ଟି କେସିଙ୍ଗା ଷ୍ଟେସନରେ କିଛି ସମୟ ପାଇଁ ଅଟକିବା ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ମାତ୍ର ଟ୍ରେନ୍ଟି ଛାଡ଼ିବାବେଳକୁ ହିଁ ମଝିରୁ ଆଲୁମିନା ୱାଗନବଗି ଛିଣ୍ଡି ଅଲଗା ହୋଇଯାଇଥିଲା। ଟ୍ରେନ୍ର ୨ଟି ବଗି ପ୍ରାୟ ୩୦ ମିଟର ଦୂର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍କୁ ରୋକିଥିଲେ ଲୋକୋ ପାଇଲଟ । ଘଟଣାସ୍ଥଳରେ ଟିଟିଲାଗଡ଼ ରୁ ଏକ ଟିମ୍ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଓ ଦୁରଦୃଷ୍ଟି ଯୋଗୁଁ ଏକ ବଡ଼ ଟ୍ରେନ ଦୁର୍ଘଟଣାକୁ ରୋକା ଯାଇପାରିଛି। ଏଥିରେ କିଛି କ୍ଷତି ହୋଇ ନ ଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ବାହାନଗା ଟ୍ରେନ ଦୁର୍ଘଟଣା ପରେ ଟ୍ରେନ ଦୁର୍ଘଟଣା କାଥା ଶୁଣିଲେ ସାଧାରଣ ଲୋକଙ୍କ ଛାତି ଥରୁଥିବା ବେଳେ ଏଭଳି ଦୁର୍ଘଟଣା ରୋକିବାକୁ ବ୍ୟାପକ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

