କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟରେ ଥିବା ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କରି ଛତିଶଗଡର ଶିକାରୀ ମାନଙ୍କୁ ଚାଲାଣ ହେଉ ଥିବା ଛତିଶଗଡ ଏସ ଟି ଏଫ ଟିମ ସୂଚନା ପାଇଁ କଳାହାଣ୍ଡି ବନ ବିଭାଗ ଏବଂ ଛତିଶଗଡ ଏସ ଟି ଏଫ ଟିମ ଖଲିଗଡ଼ ଗାଁ ରେ ଛଢାଉ କରିଥିଲେ ।
ଚଢ଼ାଉ ସମୟରେ ଗାଁ ର ଅନେକ ଲୋକଙ୍କ ଘରୁ ଧନୁ ତୀର ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀରର ଅଙ୍ଗ, ୬ଟି ଦେଶୀ ବନ୍ଧୁକ ସହିତ ଖଲିଗଡ଼ ଗାଁ ର ସିନି ଭଟା ପଡା ର ଦୈତାରି ଚଳାନ କୁ ଅଟକ ରଖି ପଚରାଉଚରା ଚଲାଇ ଥିବା ବେଳେ ଅନ୍ୟ ମାନେ ଫେରାର ଥିବା ସୂଚନା ମିଳିଛି । ଏହା ପୂର୍ବରୁ ଛତିଶଗଡ ଏସ ଟି ଏଫ ଟିମ ଜୟପାଟଣା ରେଞ୍ଜ ମଙ୍ଗଳପୁର ଗାଁ ରେ ଚଢ଼ାଉ କରି ୫ ଜଣ କୁ ଗିରଫ କରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

