କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟରେ ଥିବା ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କରି ଛତିଶଗଡର ଶିକାରୀ ମାନଙ୍କୁ ଚାଲାଣ ହେଉ ଥିବା ଛତିଶଗଡ ଏସ ଟି ଏଫ ଟିମ ସୂଚନା ପାଇଁ କଳାହାଣ୍ଡି ବନ ବିଭାଗ ଏବଂ ଛତିଶଗଡ ଏସ ଟି ଏଫ ଟିମ ଖଲିଗଡ଼ ଗାଁ ରେ ଛଢାଉ କରିଥିଲେ ।
ଚଢ଼ାଉ ସମୟରେ ଗାଁ ର ଅନେକ ଲୋକଙ୍କ ଘରୁ ଧନୁ ତୀର ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀରର ଅଙ୍ଗ, ୬ଟି ଦେଶୀ ବନ୍ଧୁକ ସହିତ ଖଲିଗଡ଼ ଗାଁ ର ସିନି ଭଟା ପଡା ର ଦୈତାରି ଚଳାନ କୁ ଅଟକ ରଖି ପଚରାଉଚରା ଚଲାଇ ଥିବା ବେଳେ ଅନ୍ୟ ମାନେ ଫେରାର ଥିବା ସୂଚନା ମିଳିଛି । ଏହା ପୂର୍ବରୁ ଛତିଶଗଡ ଏସ ଟି ଏଫ ଟିମ ଜୟପାଟଣା ରେଞ୍ଜ ମଙ୍ଗଳପୁର ଗାଁ ରେ ଚଢ଼ାଉ କରି ୫ ଜଣ କୁ ଗିରଫ କରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

