କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବଦିନାତ୍ମକ ଘୋଷ ଯାତ୍ରା ଅବସରରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ, ପୌରପାଳିକା, ଭବାନୀପାଟଣା ଓ ଜିଲ୍ଲାର ବିଭିନ୍ନ ସଂଗୀତ ଅନୁଷ୍ଠାନଙ୍କ ମିଳିତ ସହଯୋଗରେ ପ୍ରତିଦିନ “ଭଜନ ଧାରା”ଅନୁଷ୍ଠିତ ହେଉଛି । ଷଷ୍ଠ ଦିନରେ କଳାହାଣ୍ଡି ଲେଖକ କଳା ପରିଷଦ ପରିଚାଳିତ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀଗଣ ବହୁ ଭକ୍ତଙ୍କ ଗହଣରେ ଭକ୍ତିଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ । ଏଥିରେ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷ ଓ ପରିଚାଳନାରେ ବରିଷ୍ଠ ସାହିତ୍ୟିକ ରାସବିହାରୀ ବେହେରା ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଡ. ଉମେଶ ଚନ୍ଦ୍ର ଶତପଥୀ ଓ ଆକାଶବାଣୀ ଉପସ୍ଥାପିକା ଦୀପ୍ତି ମୁଣ୍ଡ ମଞ୍ଚ ସଂଯୋଜନା କରିଥିଲେ । ଗୁରୁ ସୁଧୀର ଚନ୍ଦ୍ର ପଣ୍ଡା, ନରେନ୍ଦ୍ର କୁମାର ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ସୁଧୀର କୁମାର ପଣ୍ଡା, ଭୀମସେନ ମହାରଣା ଓ ତାପସ ପଟେଲ ସଂଗୀତ ପରିଚାଳନା କରିଥିବା ବେଳେ ଶିଳ୍ପୀ ସସ୍ମିତା, ଶ୍ଵେତାଲିନା ପଣ୍ଡା, ସସ୍ମିତା,ନମିତା, ସିପ୍ରା,ମୌସୁମୀ, ଚିନ୍ମୟୀ, ଆଲୋକ, ଶେଖର,କାଜଲ, ମେଘମାଳା, ଲିପ୍ସା, ନିକିତା, ଅନ୍ତରାଓ ଭକ୍ତି ଗୀତ ପରିବେଷଣ କରିଥିଲେ । କୋଷାଧକ୍ଷ ଭାଗିରଥି ବେହେରା ସଭାକୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୀତିକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ସଭ୍ୟ ଗୋପାଳ ସାହୁ,ସୌରଭ ମହାପାତ୍ର,ଶେଷଦେବ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

