କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବଦିନାତ୍ମକ ଘୋଷ ଯାତ୍ରା ଅବସରରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ, ପୌରପାଳିକା, ଭବାନୀପାଟଣା ଓ ଜିଲ୍ଲାର ବିଭିନ୍ନ ସଂଗୀତ ଅନୁଷ୍ଠାନଙ୍କ ମିଳିତ ସହଯୋଗରେ ପ୍ରତିଦିନ “ଭଜନ ଧାରା”ଅନୁଷ୍ଠିତ ହେଉଛି । ଷଷ୍ଠ ଦିନରେ କଳାହାଣ୍ଡି ଲେଖକ କଳା ପରିଷଦ ପରିଚାଳିତ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀଗଣ ବହୁ ଭକ୍ତଙ୍କ ଗହଣରେ ଭକ୍ତିଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ । ଏଥିରେ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷ ଓ ପରିଚାଳନାରେ ବରିଷ୍ଠ ସାହିତ୍ୟିକ ରାସବିହାରୀ ବେହେରା ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଡ. ଉମେଶ ଚନ୍ଦ୍ର ଶତପଥୀ ଓ ଆକାଶବାଣୀ ଉପସ୍ଥାପିକା ଦୀପ୍ତି ମୁଣ୍ଡ ମଞ୍ଚ ସଂଯୋଜନା କରିଥିଲେ । ଗୁରୁ ସୁଧୀର ଚନ୍ଦ୍ର ପଣ୍ଡା, ନରେନ୍ଦ୍ର କୁମାର ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ସୁଧୀର କୁମାର ପଣ୍ଡା, ଭୀମସେନ ମହାରଣା ଓ ତାପସ ପଟେଲ ସଂଗୀତ ପରିଚାଳନା କରିଥିବା ବେଳେ ଶିଳ୍ପୀ ସସ୍ମିତା, ଶ୍ଵେତାଲିନା ପଣ୍ଡା, ସସ୍ମିତା,ନମିତା, ସିପ୍ରା,ମୌସୁମୀ, ଚିନ୍ମୟୀ, ଆଲୋକ, ଶେଖର,କାଜଲ, ମେଘମାଳା, ଲିପ୍ସା, ନିକିତା, ଅନ୍ତରାଓ ଭକ୍ତି ଗୀତ ପରିବେଷଣ କରିଥିଲେ । କୋଷାଧକ୍ଷ ଭାଗିରଥି ବେହେରା ସଭାକୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୀତିକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ସଭ୍ୟ ଗୋପାଳ ସାହୁ,ସୌରଭ ମହାପାତ୍ର,ଶେଷଦେବ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Latest entries
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ
ଜିଲ୍ଲା ଖବରOctober 2, 2025କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଜିଲ୍ଲା ଖବରSeptember 27, 2025ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ