କଳାହାଣ୍ଡି :(ନ୍ୟୁଜଗ୍ୟାଲେରି) ହାଇଦ୍ରାବାଦ ନିକଟସ୍ଥ ସୁରିଜୀ ଚନ୍ଦ୍ରୟଂମ ବ୍ରିଗ୍ସ ଇଟାଭାଟିରେ ଦାଦନ ଶ୍ରମିକ ଦାଦନ ଶ୍ରମିକ ସତ୍ୟ ସୁନାଙ୍କ ଜଳନ୍ତା ଗରମ ପାଉଁଶ ପଡି ମୃତ୍ୟୁ ବରଣ କରିବା ଘଟଣାରେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଇଟା ଭାଟି ମାଲିକ ବିରୁଦ୍ଧରେ ମକ୍କଦମା ରୁଜୁ ହେବା ସହ ଶ୍ରମ ଆଇନ ଅନୁଯାଇ ମୃତକ ସତ୍ୟସୁନାଙ୍କ ପରିବାରକୁ ଅଧିକ କ୍ଷତିପୂରଣ ରାଶି ଦେବାପାଇଁ ଶ୍ରମ କ୍ଷତିପୁରଣ ଆଇନ ର ଧାରା ୧୦(କ )ଅନୁଯାଇ ନୋଟିସ ଜାରି ହୋଇଥିବା ଜାତୀୟ ମାନବାଧିକାର କମିଶନ ଙ୍କ ତଥ୍ୟରୁ ଜଣାପଡିଛି । ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନେଗୀଗୁଡା ଗ୍ରାମର ବାଲମତ ସୁନାଙ୍କ ଭେଣ୍ଡିଆ ପୁଅ ସତ୍ୟ ସୁନା ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦ ନିକଟସ୍ଥ ସୁରିଜୀ ଚନ୍ଦ୍ରାୟଂମ ର ଇଟାଭାଟିରେ କାର୍ଯ୍ୟକରୁଥିବା ବେଳେ ନଭେମ୍ବର ୩୦/ ୨୦୨୨ ଜଳନ୍ତା ପାଉଁଶ ପଡି ଗୁରୁତର ଆହତ ହୋଇଥିଲେ ପରେ ୪ ଡିସେମ୍ବର ୨୦୨୨ ରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଏନେଇ ଭବାନୀପାଟଣା ର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନ ଠାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି କମିଶନ ୯ ମାର୍ଚ୍ଚ ୨୦୨୩ ରେ ତେଲେଙ୍ଗାନା ରାଜ୍ୟ ଶ୍ରମ କମିଶନଙ୍କୁ ନୋଟିସ ଜାରି କରିବା ପରେ ସେଠାକାର ଶ୍ରମ ବିଭାଗ ତତ୍ପରତା ଦେଖାଇ ଇଟାଭାଟି ମାଲିକ ନାମରେ ଇବ୍ରାହିମପାଟନମ ଥାନାରେ ଏଫଆଇଆର ୠଜୁକରିଛନ୍ତି । ହାଇଦ୍ରାବାଦର ରୋଚାକୋଣ୍ଡା କମିଶନରରେଟ ପୋଲିସ ଏହି ମାମଲାରେ ତଦନ୍ତ କରି ସ୍ଥାନୀୟ କୋର୍ଟ ରେ ଚାର୍ଜସିଟ ଦାଖଲ କରିଛି । ତେବେ ସମ୍ପୃକ୍ତ ଇଟା ଭାଟି ମାଳିକ ମୃତ ସତ୍ୟ ସୁନାର ବାପାକୁ ୨ ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ ତେଣୁ ଅଧିକ କ୍ଷତିପୂରଣ ଦେବାକୁ ଶ୍ରମ କମିଶନ ଯୁକ୍ତି ବାଢ଼ିଛନ୍ତି ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

