କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ରେ ମାତିଛନ୍ତି ସରକାରୀ ଜମି ମାଟି, ଉରୁମ ଚୋର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଲି, ମାଟି ଓ ପଥର ବେଆଇନ ଭାବେ ଚାଲାଣ କରାଯାଉଥିବା ବେଳେ ଦାୟିତ୍ୱ ରେ ଥିବା ଖଣି ଓ ରାଜସ୍ୱ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଭବାନୀପାଟଣାବ୍ଳକ ରିଷଗାଁ ପଞ୍ଚାୟତ ର ରାଜସ୍ବ ଜମି ଥିବା ପ୍ରାୟ ୧୦ ଏକର ରୁ ଉର୍ଦ୍ଧ ରାଜସ୍ବ ଜମିରେ ଏକାଧିକ ଇଟା ଭାଟି କରାଯିବା ସହ ଏକର ଏକର ଜମିରୁ ଦିନରାତି ବେଆଇନ ଭାବେ ମାଟି ଉଠା ଯାଇଛି ।
ମାସ ମାସ ଧରି ଏହିସ୍ଥାନରେ ଜେସିବି, ହାଇୱ, ଟ୍ରାକ୍ଟର ଲଗାଇ ଏଭଳି ବେଆଇନ ମାଟି ଚାଲାଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ତହସିଲଦାର ଓ ଖଣି ବିଭଗର ଅଧିକାରୀ ମାନେ ନିରବ ରହିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି କି ରାଜସ୍ୱ ବିଭାଗ ଜାଣିଶୁଣି ନିରବଦଷ୍ଟା ବୋଲି ଅଭିଯୋଗ ହେଉଛି । ଫଳରେ ରାଜ୍ୟସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଛି । ଏନେଇ ଭବାନୀପାଟଣା ତହସିଲଦାର ଉପେନ୍ଦ୍ର ଲୁହା ଙ୍କୁ ପଚାରିବାରୁ ବର୍ତ୍ତମାନ ଏସବୁ ଖଣିଜ ସମ୍ପଦ ଖଣିବିଭାଗ ଦେଖାରେଖା କରୁଛି ଏବଂ ସମସ୍ତ ଲିଜ ଓ ଆବଶ୍ୟ କୀୟ କାଗଜ ପତ୍ର ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସଫେଇ ଦେଇଛନ୍ତି । ଅନ୍ୟପକ୍ଷରେ କଳାହାଣ୍ଡି ସ୍ଥିତ ଖଣି ଉପନିର୍ଦ୍ଧେଶକ ବିଶ୍ଵନାଥ ସୁରେନ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ଠାରୁ କୌଣସି କାଗଜ ପତ୍ର କିମ୍ବା ଲିଜ ସମ୍ବଧିୟ ସୂଚନା ଆମକୁ ହସ୍ତାନ୍ତର କରାଯାଇ ନାହିଁ କେବଳ ଧର୍ମଗଡ଼ ତହସିଲ କାର୍ଯ୍ୟାଳୟ ଆମକୁ ବିଭାଗ ଓ କାଗଜପତ୍ର ହସ୍ତାନ୍ତର କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଭଳି ଦୁଇ ବିଭଗର ତୁତୁ ମେଁମେ ମଧ୍ୟରେ ମାଫିଆ ମାନେ ବ୍ୟାପଜ ଖଣିଜ ସମ୍ପଦଲୁଟ କରି ଚାଲିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏଭଳି ବେଆଇନ ଖଣିଜ ସମ୍ପଦ ଲୁଟ ରୋକିବା ପାଇଁ ରାଜସ୍ବ, ଖଣି ଏପରିକି ପୋଲିସକୁ ମଧ୍ୟ କ୍ଷମତା ଦିଆଯାଇଥିଲେ ମଧ୍ୟ ଏଭଳି ଚୋରା ଚଲାଣା କୁ ରୋକାଯାଇପାରୁ ନାହିଁ । ବର୍ଷ ବର୍ଷ ଧରି ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଉନାହିଁ ଫଳରେ ବେଧଡ଼କ ଭାବେ ମାଫିଆ ମାନେ କଳାହାଣ୍ଡି ର ମାଟି, ଗୋଡି, ବାଲି, ପଥର ଚୋରାଚାଲାଣ ଜାରିରଖିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେବାସହ ମାଟି ଚୋରାଚାଲାଣ କରୁଥିବା ଜେସିବି, ହାଇୱ,ଟ୍ରାକ୍ଟର ମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହୋଇଛି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

