କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଶ୍ରୀକାନ୍ତ ମିଶ୍ର ଏକ ଲାଞ୍ଚ ମାମଲା ର ଚୂଡ଼ାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କୁ ଅଢେ଼ଇ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଡଣ୍ଡାଦେଶ କରିଛନ୍ତି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ସାଢ଼େ ୩ ମାସ କାରାଦଣ୍ଡ ଆଦେଶ କରିଛନ୍ତି। ଅଭିଯୁକ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ବୋଡେ଼ନ ସର୍କଲ ର ଆରଆଇ ଥିବାବେଳେ ଏକ ମ୍ୟୁଟେସନ ମାମଲା ନିମନ୍ତେ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ। ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଆଶ୍ୱିନ କୁମାର ସାହୁ ଓ ଅତିରିକ୍ତ ପିପି ପି କେ ଦୋରା ମାମଲା କୁ ପରିଚାଳନା କରିଥିଲେ। ଭିଜିଲାନ୍ସ ପକ୍ଷରୁ ଦୋଷୀ ସାବ୍ୟସ୍ତ ଅବସର ପ୍ରାପ୍ତ ଆରଆଇ ଙ୍କ ପେନସନ ବନ୍ଦ କରିବାପାଇଁ ଉପଯୁକ୍ତ ଅଧିକାରୀ ଙ୍କ ଠାରେ ଆବେଦନ କରାଯିବ ବୋଲି ଜଣା ପଡ଼ିଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

