ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡିଜିଲ୍ଲା ପ୍ରାଥମିକ ଶିକ୍ଷକ ଭବନଠାରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭବନର ୧୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭାରତର ମିଶାଇଲ ମେନ ପୂର୍ବତନ ରାଷ୍ଟ୍ରପତି ଡ଼କ୍ଟର ଏପିଜେ ଅବଦୁଲ କଲାମ ଆଜିର ଦିନରେ ଏହି ଭବନଟିକୁ ଶିକ୍ଷକ ମାନଙ୍କ ଉଦଶ୍ୟରେ ଲୋକାର୍ପିତ କରିଥିଲେ ।
ସେହି ସ୍ମୃତିକୁ ସ୍ମରଣୀୟ କରିବାପାଇଁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ ସଞ୍ଜୟ କୁମାର ଶତପଥୀ ଯୋଗଦେଇ ପ୍ରାଥମିକ ଶିକ୍ଷକ ଶିକ୍ଷାର ମେରୁଦଣ୍ଡ ବୋଲି ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶାନ୍ତନୁ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ସଦର ବ୍ଲକ ସଭାପତି ମଧୁସୂଦନ ପ୍ରଧାନ । ଏ ଅବସରରେ ଯୁବ ଅଭିନେତା ତଥା ବିଶିଷ୍ଟ ସଙ୍ଗଠକ ଅଜିତ କୁମାର ନାୟକ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡିଲେଶ୍ଵର ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୧୩ ଟି ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉପଦେଷ୍ଟା ଭୁବନେଶ୍ୱର ପଟ୍ଟନାୟକ, କୈଳାଶ ବେହେରା ଏବଂ ବିନୋଦ ବିହାରୀ ମଣ୍ଡଳ ଉପସ୍ଥିତ ଥିଲେ
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

