ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ରାଜ୍ୟ ସରକାରଙ୍କ ଜଗନ୍ନାଥ ଏକ୍ସପ୍ରେସ ବସ ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମୋଡରେ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରଦ୍ଧାଳୁମାନଙ୍କ ପୁରୀକୁ ଯିବା ପାଇଁ ଏହି ବସ ସେବା ଏକ ସୁଯୋଗ ଆଣିଦେଇଛି ।
ପ୍ରଥମ ପର୍ଯ୍ୟାୟ ରେ ୧୨ଟି ଜିଲ୍ଲାରୁ ଏହି ବସ ସେବା ଆରମ୍ଭ କରାଯାଇଛି । କଳାହାଣ୍ଡିଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ , ଆରକ୍ଷୀ ଅଧିକ୍ଷକ ଅଭଳାଷ ଜି. , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ପୌରଧକ୍ଷ। ସଂଯୁକ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭର୍ଚୁଆଲ ମୋଡରେ ପ୍ରଥମେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜଳ ସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏହି ଯୋଜନାର ଉଦ୍ଦେଶ୍ୟ ଊପରେ ସଂକ୍ଷିପ୍ତ ବକ୍ତବ୍ୟ ଦେଇଥିଲେ ଓ ସି ଏମ ଡି , ଓ ଏସ ଆର୍ ଟି ସି ଦିପ୍ତେଶ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ।
୫୧ସିଟ ବିଶିଷ୍ଟ ଆରାମ ଦାୟକ ଶୀତତାପ ନିୟନ୍ତ୍ରିତ ବସ ଭବାନୀପାଟଣା ଠାରୁ ରାମପୁର , ତୁମୁଡି ବନ୍ଧ , ବାଲିଗୁଡା , ଫୁଲବାଣୀ , ଚାରି ଛକ , ଦଶପଲ୍ଲା , ନୟାଗଡ଼ ,ଖୋର୍ଦ୍ଧା ,ଭୁବନେଶ୍ବର ଦେଇ ପୁରୀରେ ପହଞ୍ଚିବ । ପୂର୍ବରୁ ପ୍ରଚଳିତ ଲକ୍ଷ୍ମୀ ବସ ଯୋଜନାରେ ଲକ୍ଷ୍ମୀ ବସ ଗାଁ ରୁ ବ୍ଲକ , ବ୍ଲକ ରୁ ସଦର ମହକୁମା ପର୍ଯ୍ୟନ୍ତ ଯାଉଥିଲା ବର୍ତ୍ତମାନ ଏହା ସଦର ମହକୁମା ରୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ କରି ଯାତ୍ରାକୁ ଆରାମଦାୟକ ସହଜ ଓ ସୁଗମ କରିବ । ସରକାରୀ ଅଧିକାରୀ,ଆ.ର.ଟି.ଓ ଗତିକୃଷ୍ଣ ସାମନ୍ତରାୟ ,ଓ.ଏସ.ଆର.ଟି ସି. ଜି.ଏମ. ରବୀନ୍ଦ୍ର ବେହେରା , ଲକ୍ଷ୍ମୀ ବସ ଯୋଜନା ପ୍ରବନ୍ଧକ ବିଶ୍ଵ ରଞ୍ଜନ ମହାନ୍ତି , ଡି.ଆଇ.ପି.ଆର.ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

