ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ରାଜ୍ୟ ସରକାରଙ୍କ ଜଗନ୍ନାଥ ଏକ୍ସପ୍ରେସ ବସ ର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମୋଡରେ ସମ୍ପନ୍ନ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରଦ୍ଧାଳୁମାନଙ୍କ ପୁରୀକୁ ଯିବା ପାଇଁ ଏହି ବସ ସେବା ଏକ ସୁଯୋଗ ଆଣିଦେଇଛି ।
ପ୍ରଥମ ପର୍ଯ୍ୟାୟ ରେ ୧୨ଟି ଜିଲ୍ଲାରୁ ଏହି ବସ ସେବା ଆରମ୍ଭ କରାଯାଇଛି । କଳାହାଣ୍ଡିଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ , ଆରକ୍ଷୀ ଅଧିକ୍ଷକ ଅଭଳାଷ ଜି. , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ପୌରଧକ୍ଷ। ସଂଯୁକ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭର୍ଚୁଆଲ ମୋଡରେ ପ୍ରଥମେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜଳ ସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏହି ଯୋଜନାର ଉଦ୍ଦେଶ୍ୟ ଊପରେ ସଂକ୍ଷିପ୍ତ ବକ୍ତବ୍ୟ ଦେଇଥିଲେ ଓ ସି ଏମ ଡି , ଓ ଏସ ଆର୍ ଟି ସି ଦିପ୍ତେଶ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ।
୫୧ସିଟ ବିଶିଷ୍ଟ ଆରାମ ଦାୟକ ଶୀତତାପ ନିୟନ୍ତ୍ରିତ ବସ ଭବାନୀପାଟଣା ଠାରୁ ରାମପୁର , ତୁମୁଡି ବନ୍ଧ , ବାଲିଗୁଡା , ଫୁଲବାଣୀ , ଚାରି ଛକ , ଦଶପଲ୍ଲା , ନୟାଗଡ଼ ,ଖୋର୍ଦ୍ଧା ,ଭୁବନେଶ୍ବର ଦେଇ ପୁରୀରେ ପହଞ୍ଚିବ । ପୂର୍ବରୁ ପ୍ରଚଳିତ ଲକ୍ଷ୍ମୀ ବସ ଯୋଜନାରେ ଲକ୍ଷ୍ମୀ ବସ ଗାଁ ରୁ ବ୍ଲକ , ବ୍ଲକ ରୁ ସଦର ମହକୁମା ପର୍ଯ୍ୟନ୍ତ ଯାଉଥିଲା ବର୍ତ୍ତମାନ ଏହା ସଦର ମହକୁମା ରୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ କରି ଯାତ୍ରାକୁ ଆରାମଦାୟକ ସହଜ ଓ ସୁଗମ କରିବ । ସରକାରୀ ଅଧିକାରୀ,ଆ.ର.ଟି.ଓ ଗତିକୃଷ୍ଣ ସାମନ୍ତରାୟ ,ଓ.ଏସ.ଆର.ଟି ସି. ଜି.ଏମ. ରବୀନ୍ଦ୍ର ବେହେରା , ଲକ୍ଷ୍ମୀ ବସ ଯୋଜନା ପ୍ରବନ୍ଧକ ବିଶ୍ଵ ରଞ୍ଜନ ମହାନ୍ତି , ଡି.ଆଇ.ପି.ଆର.ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

