Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଜିଲ୍ଲାପରିଷଦ ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ମାସ ର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଆଂଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ପ୍ରମୁଖ ଯୋଗଦେଇ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ ଏକମାସ ବ୍ୟାପି ଜିଲ୍ଲାରେ ସଡକ ସୁରକ୍ଷା, ନିୟମ, ଆଇନ୍ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଦ୍ରୁତ ଗତିରେ ଗାଡି ଚାଳନା କରିବା ମହାବିପତ୍ତି, ସଡକ ସୁରକ୍ଷା ଜୀବନ ରକ୍ଷା, ପରିବାର ସୁରକ୍ଷା ସମ୍ପର୍କରେ ସମସ୍ତେ ସଚେତନ ହେବା ର ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ଵ ଦେଇଥିଲେ। ବିଶେଷ କରି ଛାତ୍ରଛାତ୍ରୀ, ଯୁବପିଢି ସଡକ ସୁରକ୍ଷା ନିୟମ ପାଳନ କରି ଗାଡି ଚାଳନା କରିବା, ହେଲମେଟ ପିନ୍ଧିବା,କାର ଚାଳନା ସମୟରେ ସିଟ ବେଲ୍ଟ ବାନ୍ଧିବା, ନିଜେ ସଡକ ସୁରକ୍ଷା ଆଇନ୍ ଓ ନିୟମ ସମ୍ପର୍କରେ ସଚେତନ ହୋଇ ଅନ୍ୟ ସମସ୍ତଙ୍କୁ ସଚେତନ କରିବା ସହିତ ସଡକ ଦୁର୍ଘଟଣା ରୁ ଅମୂଲ୍ୟ ଜୀବନ କୁ ସୁରକ୍ଷା ଦେବା ଦିଗରେ ସହାୟକ ହେବା ନିମନ୍ତେ ଅଧିକ ଯତ୍ନବାନ୍ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଓ ଗୁଡ଼ ସମରୀତାନ୍ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଆଂଚଳିକ ପରିବହ ଅଧିକାରୀ ଶ୍ରୀ ସାମନ୍ତରାୟ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଡଃ ଉମେଶଚନ୍ଦ୍ର ଶତପଥି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
