ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଧର୍ମଗଡ଼ ମହିଳା ମହାବିଦ୍ୟାଳୟ +୨ ଏବଂ +୩ ବିଭାଗର ମିଳିତ ଆନୁକୂଲ୍ୟରେ ବାର୍ଷିକୋତ୍ସବ ଅନୁଷ୍ଠିତ By Hemant Kumar Ray February 1, 2025February 1, 2025 0 minutes, 0 seconds Read 459 ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ମହିଳା ମହାବିଦ୍ୟାଳୟ ଉଭୟ +୨ ଏବଂ +୩ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇ ଅଛି ।ଏଇ ଉପଲକ୍ଷେ ଏକ ସଭା ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ସଭାପତିତ୍ୱ ରେ ତଥା ମୂଖ୍ୟ ଅତିଥି, ଧର୍ମଗଡ଼ ବିଧାୟକ, ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି, ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର, ଶିଶୁ ଦେଵ ମୁଣ୍ଡ, ଜଗବନ୍ଧୁ ମିଶ୍ର,+୩ ଅଧ୍ୟକ୍ଷା, ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା, ବରିଷ୍ଠ ଅଧ୍ୟାପିକା ସବିତା ପାଇକରାୟ, ଜୟନ୍ତୀ ମୁଦୁଲୀ, ପଦ୍ମାଳୟା ଦଣ୍ଡସେନା,ସୁଜାତା ମହାନ୍ତି,ଅଧ୍ୟାପକ ବଙ୍କିମ ମୁଣ୍ଡ, ସଂଜୀବ ମୁଣ୍ଡ, ସରୋଜ ମେହେର ଏବଂ ଅନ୍ୟାନ୍ୟ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ତଥା ଛାତ୍ରୀ ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି, ବିଧାୟକ ଶ୍ରୀ ପଟ୍ଟଯୋଶୀ ତାଙ୍କର ବକ୍ତବ୍ୟରେ ଛାତ୍ରୀ ମାନଙ୍କୁ ନିଜ ସ୍ବପ୍ନକୁ ସାକାର କରିବାପାଇଁ ପ୍ରଗାଢ଼ ପରିଶ୍ରମ ପାଇଁ ପ୍ରେରଣାଦେବା ପୂର୍ବକ, ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଅଧ୍ୟାପକ ବଙ୍କିମ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସଂଜୀବ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ । କୃତି ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଙ୍କ କର କମଳରେ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ଥିଲା ।ପରେ ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଲିପିକା ବାଗ ଓ ଅଧ୍ୟାପକ ଉମେଶ ସୁନା ସଂଯୋଜନା କରିଥିଲେ ।ସର୍ବୋପରି ଅଧ୍ୟପିକା ଡ଼. ପଦ୍ମଲୟା ଦଣ୍ଡସେନା, ସୁଜାତା ମହାନ୍ତି,ଅନାମିକା ବେହେରା, ଅନୁରକ୍ତା ମୁଣ୍ଡ, ବାସନ୍ତୀ ସାହୁ, ପ୍ରଜ୍ଞ୍ୟା ପରିମିତା ସାହୁ,ଭାଗ୍ୟଲତା ମିଶ୍ର, ସୁଜାତା ସାହୁ,ମନୀଷା ବାଗ,ଅର୍ଚନା ଗୁଛି,ଅଧ୍ୟାପକ ସରୋଜ ମେହେର, ହିତେଶ କୁମାର ନାଏକ,ଅଣ ଶିକ୍ଷକ ଡମ୍ବରୁ ଧର ନାଏକ, ମନୋଜ ସେଠି, ପଦ୍ମା ମେହେର, ଫୁଲ ଦେଇ, ଶଙ୍କର ଖର୍ସେଲ, ହିମାଂଶୁ ସା, ଜୟ ସେନ ପଟେଲ, ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଲକ୍ଷପତି ନାଏକ, ବରିଷ୍ଠ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ କଳାହାଣ୍ଡି ଜିଲ୍ଲା ଭେଟେରାନ ଫୁଟବଲ ଆସୋସିଏସନ ର ବନ୍ଧୁମିଳନ By Hemant Kumar Ray December 17, 2024December 17, 2024
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ By Hemant Kumar Ray February 19, 2024February 19, 2024