ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ମହିଳା ମହାବିଦ୍ୟାଳୟ ଉଭୟ +୨ ଏବଂ +୩ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇ ଅଛି ।ଏଇ ଉପଲକ୍ଷେ ଏକ ସଭା ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ସଭାପତିତ୍ୱ ରେ ତଥା ମୂଖ୍ୟ ଅତିଥି, ଧର୍ମଗଡ଼ ବିଧାୟକ, ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି, ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର, ଶିଶୁ ଦେଵ ମୁଣ୍ଡ, ଜଗବନ୍ଧୁ ମିଶ୍ର,+୩ ଅଧ୍ୟକ୍ଷା, ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା, ବରିଷ୍ଠ ଅଧ୍ୟାପିକା ସବିତା ପାଇକରାୟ, ଜୟନ୍ତୀ ମୁଦୁଲୀ, ପଦ୍ମାଳୟା ଦଣ୍ଡସେନା,ସୁଜାତା ମହାନ୍ତି,ଅଧ୍ୟାପକ ବଙ୍କିମ ମୁଣ୍ଡ, ସଂଜୀବ ମୁଣ୍ଡ, ସରୋଜ ମେହେର ଏବଂ ଅନ୍ୟାନ୍ୟ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ତଥା ଛାତ୍ରୀ ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି, ବିଧାୟକ ଶ୍ରୀ ପଟ୍ଟଯୋଶୀ ତାଙ୍କର ବକ୍ତବ୍ୟରେ ଛାତ୍ରୀ ମାନଙ୍କୁ ନିଜ ସ୍ବପ୍ନକୁ ସାକାର କରିବାପାଇଁ ପ୍ରଗାଢ଼ ପରିଶ୍ରମ ପାଇଁ ପ୍ରେରଣାଦେବା ପୂର୍ବକ, ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଅଧ୍ୟାପକ ବଙ୍କିମ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସଂଜୀବ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ । କୃତି ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଙ୍କ କର କମଳରେ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ଥିଲା ।ପରେ ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଲିପିକା ବାଗ ଓ ଅଧ୍ୟାପକ ଉମେଶ ସୁନା ସଂଯୋଜନା କରିଥିଲେ ।ସର୍ବୋପରି ଅଧ୍ୟପିକା ଡ଼. ପଦ୍ମଲୟା ଦଣ୍ଡସେନା, ସୁଜାତା ମହାନ୍ତି,ଅନାମିକା ବେହେରା, ଅନୁରକ୍ତା ମୁଣ୍ଡ, ବାସନ୍ତୀ ସାହୁ, ପ୍ରଜ୍ଞ୍ୟା ପରିମିତା ସାହୁ,ଭାଗ୍ୟଲତା ମିଶ୍ର, ସୁଜାତା ସାହୁ,ମନୀଷା ବାଗ,ଅର୍ଚନା ଗୁଛି,ଅଧ୍ୟାପକ ସରୋଜ ମେହେର, ହିତେଶ କୁମାର ନାଏକ,ଅଣ ଶିକ୍ଷକ ଡମ୍ବରୁ ଧର ନାଏକ, ମନୋଜ ସେଠି, ପଦ୍ମା ମେହେର, ଫୁଲ ଦେଇ, ଶଙ୍କର ଖର୍ସେଲ, ହିମାଂଶୁ ସା, ଜୟ ସେନ ପଟେଲ, ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଲକ୍ଷପତି ନାଏକ, ବରିଷ୍ଠ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Latest entries
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ
ଜିଲ୍ଲା ଖବରOctober 2, 2025କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଜିଲ୍ଲା ଖବରSeptember 27, 2025ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ