ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ବୈଠକ By Hemant Kumar Ray June 13, 2023June 13, 2023 0 minutes, 0 seconds Read 340 କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଏଡ଼ଏଟ ଏକ୍ସନ ଓ ୟୁନିସେଫ ଦ୍ୱାରା ବ୍ଲକ ସମ୍ମିଳନୀ କକ୍ଷରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳରେ ଶିଶୁଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି ଓ ଆଶା କର୍ମୀ ତଥା ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା ବ୍ଲକ କାର୍ଯ୍ୟଳୟ ରୁ ଚିକିତ୍ସାଳୟ ଛକ ପଯନ୍ତ ରେଲି ଆୟୋଜିତ ହୋଇଥିଲା। ଧର୍ମଗଡ଼ ବ୍ଲକ ସଭାଗୃହ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷମନୀଷାମିଶ୍ର,ସମସ୍ତକାଉନସିଲର,ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସଂପାଦକ ଅରୁଣ କୁମାର ତାୟଲ, ଆଇସିଡ଼ିଏସ ସୁପରଭାଇଜର ପୁଷ୍ପଲତା ଦାସ ସମେତ ଆଦ୍ବିକା କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି ଓ ଆଶା କର୍ମୀ ଏବଂ ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଏଡ଼ଏଟଏକ୍ସନ ର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଶୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ।ସମସ୍ତ ପ୍ରତିଭାଗୀ ଧର୍ମଗଡ଼ ସହର କୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ ଓ ନିମ୍ନୋକ୍ତ ପ୍ରସ୍ତାବ ଗୁଡିକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ଆଲୋଚନା ହୋଇଥଲା।ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଉ ଏକ ବୈଠକ ଆୟୋଜିତ ହେବ ଯେଉଁଥିରେ ଧର୍ମଗଡ଼ ରେ ଶିଶୁ ଶ୍ରମିକ ସମ୍ପୂର୍ଣ ନିରାକରଣ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ପରାମର୍ଶ ଅନୁସାରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାର ଅନୁମୋଦନ କରାଯିବ,ବର୍ଷ ସାରା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ସହର ର ବିଭିନ୍ନ ସ୍ଥାନରେ ହୋଡିଙ୍ଗ ମାଧ୍ୟମରେ ସଚେତନତା ବାର୍ତା ଲଗାଯିବ, ବ୍ୟବସାୟ ପ୍ରତିଷ୍ଠାନ ମାନେ ନିଜେ ଶିଶୁ ଶ୍ରମିକ ନିଯୁକ୍ତି କରୁ ନଥିବା ଘୋଷଣା କରି ବୋର୍ଡ ଲଗେଇବେ, ପୋଲିସ ଓ ଏନଏସି ଅଧିକାରୀ ବିଭିନ୍ନ ସମୟରେ ମିଳିତ ତଦାରଖ କରାଯାଇ ଶିଶୁଶ୍ରମିକ ନିଯୁକ୍ତ କରିଥିବା ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲାରେ ପ୍ରଶାସନ, ଏଡ଼ ଏଟ ଏକ୍ସନ ଓ ୟୁନିସେଫ ଦ୍ୱାରା ପାଞ୍ଚଟି ପ୍ରମୁଖ ସହର ଓ ବ୍ଲକ ସ୍ତରରେ ସମସ୍ତ ଦାୟିତ୍ୱ ଗୋଷ୍ଠୀ ଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ବୈଠକରେ ଆଲୋଚନା କରିଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ଜିଲ୍ଲାସ୍ତରୀୟ କପାକ୍ରୟ କମିଟି ବୈଠକ, ନଭେମ୍ବର୨୬ରେ ପ୍ରଥମ କପା ମଣ୍ଡି ଉଦ୍ଧଘାଟନ By Hemant Kumar Ray October 5, 2024October 5, 2024
ଭାରତୀୟ ଜନତା ପାର୍ଟି ର ସାମ୍ବାଦିକ ସମ୍ମିଳନୀ ସାମ୍ବାଦିକଙ୍କ ସାଂସ୍କୃତିକ ଦାୟିତ୍ୱ ଶୀର୍ଷକ ସେମିନାର By Hemant Kumar Ray February 23, 2025February 23, 2025