ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ବୈଠକ

0 minutes, 0 seconds Read

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଏଡ଼ଏଟ ଏକ୍ସନ ଓ ୟୁନିସେଫ ଦ୍ୱାରା ବ୍ଲକ ସମ୍ମିଳନୀ କକ୍ଷରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳରେ ଶିଶୁଶ୍ରମିକ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି ଓ ଆଶା କର୍ମୀ ତଥା ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା ବ୍ଲକ କାର୍ଯ୍ୟଳୟ ରୁ ଚିକିତ୍ସାଳୟ ଛକ ପଯନ୍ତ ରେଲି ଆୟୋଜିତ ହୋଇଥିଲା।
ଧର୍ମଗଡ଼ ବ୍ଲକ ସଭାଗୃହ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷମନୀଷାମିଶ୍ର,ସମସ୍ତକାଉନସିଲର,ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସଂପାଦକ ଅରୁଣ କୁମାର ତାୟଲ, ଆଇସିଡ଼ିଏସ ସୁପରଭାଇଜର ପୁଷ୍ପଲତା ଦାସ ସମେତ ଆଦ୍ବିକା କିଶୋର କିଶୋରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି ଓ ଆଶା କର୍ମୀ ଏବଂ ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରୀ ଯୋଗ ଦେଇଥିଲେ ।
ଏଥିରେ ଏଡ଼ଏଟଏକ୍ସନ ର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଶୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ।ସମସ୍ତ ପ୍ରତିଭାଗୀ ଧର୍ମଗଡ଼ ସହର କୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ ଓ ନିମ୍ନୋକ୍ତ ପ୍ରସ୍ତାବ ଗୁଡିକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ଆଲୋଚନା ହୋଇଥଲା।ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଉ ଏକ ବୈଠକ ଆୟୋଜିତ ହେବ ଯେଉଁଥିରେ ଧର୍ମଗଡ଼ ରେ ଶିଶୁ ଶ୍ରମିକ ସମ୍ପୂର୍ଣ ନିରାକରଣ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ପରାମର୍ଶ ଅନୁସାରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାର ଅନୁମୋଦନ କରାଯିବ,ବର୍ଷ ସାରା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ସହର ର ବିଭିନ୍ନ ସ୍ଥାନରେ ହୋଡିଙ୍ଗ ମାଧ୍ୟମରେ ସଚେତନତା ବାର୍ତା ଲଗାଯିବ, ବ୍ୟବସାୟ ପ୍ରତିଷ୍ଠାନ ମାନେ ନିଜେ ଶିଶୁ ଶ୍ରମିକ ନିଯୁକ୍ତି କରୁ ନଥିବା ଘୋଷଣା କରି ବୋର୍ଡ ଲଗେଇବେ, ପୋଲିସ ଓ ଏନଏସି ଅଧିକାରୀ ବିଭିନ୍ନ ସମୟରେ ମିଳିତ ତଦାରଖ କରାଯାଇ ଶିଶୁଶ୍ରମିକ ନିଯୁକ୍ତ କରିଥିବା ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲାରେ ପ୍ରଶାସନ, ଏଡ଼ ଏଟ ଏକ୍ସନ ଓ ୟୁନିସେଫ ଦ୍ୱାରା ପାଞ୍ଚଟି ପ୍ରମୁଖ ସହର ଓ ବ୍ଲକ ସ୍ତରରେ ସମସ୍ତ ଦାୟିତ୍ୱ ଗୋଷ୍ଠୀ ଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ବୈଠକରେ ଆଲୋଚନା କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts