କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ପ୍ରୋଗ୍ରାମ୍ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ସମ୍ପର୍କିତ ସଚେତନତାକୁ ଗୁରୁତ୍ୱ ଦେଇ ଉକ୍ତ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା, ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ମିଳିତ ସମନ୍ୱୟରେ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ମାଝୀ, ପୋଲିସ ହାଇସ୍କୁଲର ପ୍ରଧାନଶିକ୍ଷକ ଜୟରାମ ସାହୁ, ସମଗ୍ର ଶିକ୍ଷା ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ,ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ। ଟେମଲାଲ ଦୁବେ ଏଫ୍ଏଲ୍ଏନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଘରେ ଅଭିଭାବକମାନେ ପିଲାଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନ କୌଶଳ ବିକାଶରେ କିପରି ସହାୟକ ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ।
ସଚେତନତା ସୃଷ୍ଟି ପାଇଁ ଏଫ୍ଏଲ୍ଏନ୍ ସମ୍ପର୍କିତ ଷ୍ଟାଣ୍ଡି, ପ୍ଲାକାର୍ଡ, ପୋଷ୍ଟର୍ ଆଦି ପ୍ରଦର୍ଶିତ ହୋଇଥିଲା। ଅଭିଭାବକମାନଙ୍କୁ ଏଫ୍ଏଲ୍ଏନ୍ ସମ୍ପର୍କିତ ଲିଫଲେଟ୍ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷୟିତ୍ରୀ ମେରିଲିନ୍ ସୁଧାଂଶୁମୟୀ ମହାନ୍ତିଙ୍କ ନେତୃତ୍ୱରେ ଏଫ୍ଏଲ୍ଏନ୍ ସମ୍ପର୍କିତ ପପେଟ୍ ଶୋ’ ପରିବେଷଣ କରିଥିଲେ। ଶିକ୍ଷକ ଜିତେନ୍ଦ୍ର କୁମାର ବିଶ୍ୱାଳ ଓ ମନ୍ମଥ କୁମାର ମିଶ୍ର ମୌଳିକ ସଂଖ୍ୟାଜ୍ଞାନ ଏବଂ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଚଣ୍ଡ ମୌଳିକ ସାକ୍ଷରତା ସମ୍ପର୍କିତ ଶିକ୍ଷଣକାର୍ଯ୍ୟ ପ୍ରଦର୍ଶନ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

