ନ୍ୟୁଜଗ୍ୟାଲେରି,ନର୍ଲା: କଳାହାଣ୍ଡି ଉତ୍ତର ବନଖଣ୍ଡର ନର୍ଲା ବନବିଭାଗରେ କାର୍ଯ୍ୟରତ ରେଞ୍ଜର ପ୍ରଶାନ୍ତ ପାଲ ଙ୍କୁ ହାତୀ ଆକ୍ରମଣକରିଥିବାରୁ ତାଙ୍କ ମୃତ୍ୟୁ ହୋଇଛି। ସୂଚନା ଆଧାରରେ ଆଜି ସକାଳେ ତୁଳାପଡା ଗାଁ ଆମପଡା ନିକଟରେ ହାତୀପଲ ରହିଥିବା ଖବର ପାଇ ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଘଉଡା ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେ ସଙ୍କଟାପନ୍ନ ହୋଇ ପଡିଥିବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଅଣାଯାଇଥିଲା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ରେଞ୍ଜର ପ୍ରଶାନ୍ତ ପାଳଙ୍କ ମୃତ୍ୟୁ ଶବ କୁ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇ ଦିଆଯାଇଛି। ମୃତ ରେଞ୍ଜର କଳାହାଣ୍ଡି ଉତ୍ତର ବନଖଣ୍ଡର ଜଣେ କର୍ତ୍ତବ୍ୟନିଷ୍ଟ ଅଧିକାରୀ ଥିଲେ। ସେ ଜନବସତିକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଶତଚେଷ୍ଟିତ ରହୁଥିଲେ। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

