ନ୍ୟୁଜଗ୍ୟାଲେରି,ନର୍ଲା: କଳାହାଣ୍ଡି ଉତ୍ତର ବନଖଣ୍ଡର ନର୍ଲା ବନବିଭାଗରେ କାର୍ଯ୍ୟରତ ରେଞ୍ଜର ପ୍ରଶାନ୍ତ ପାଲ ଙ୍କୁ ହାତୀ ଆକ୍ରମଣକରିଥିବାରୁ ତାଙ୍କ ମୃତ୍ୟୁ ହୋଇଛି। ସୂଚନା ଆଧାରରେ ଆଜି ସକାଳେ ତୁଳାପଡା ଗାଁ ଆମପଡା ନିକଟରେ ହାତୀପଲ ରହିଥିବା ଖବର ପାଇ ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଘଉଡା ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେ ସଙ୍କଟାପନ୍ନ ହୋଇ ପଡିଥିବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଅଣାଯାଇଥିଲା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ରେଞ୍ଜର ପ୍ରଶାନ୍ତ ପାଳଙ୍କ ମୃତ୍ୟୁ ଶବ କୁ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇ ଦିଆଯାଇଛି। ମୃତ ରେଞ୍ଜର କଳାହାଣ୍ଡି ଉତ୍ତର ବନଖଣ୍ଡର ଜଣେ କର୍ତ୍ତବ୍ୟନିଷ୍ଟ ଅଧିକାରୀ ଥିଲେ। ସେ ଜନବସତିକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଶତଚେଷ୍ଟିତ ରହୁଥିଲେ। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

