କଳାହାଣ୍ଡି : ମଦନପୁର ରାମପୁର, ତାପରଙ୍ଗ ଜଙ୍ଗଲରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟଣା ନେଇ ଏଡିଜି (ଅପରେସନ) ଅମିତାଭ ଠାକରୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଡ଼ିଏସପିଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତାଙ୍କୁ ଏୟାରଲିଫ୍ଟରେ ଭୁବନେଶ୍ୱର ଆଣିବା ପରେ ଗ୍ରୀନ କରିଡରରେ ଏମ୍ସ ନିଆଯାଇଛି। ବର୍ତ୍ତମାନ ତାପରଙ୍ଗ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଛି। ଆଉ କିଛି ଏକେ-୪୭ ସହ ଅସ୍ତ୍ରଶସ୍ତ୍ର ମିଲିଛି। ମୃତ ମାଓବାଦୀମାନେ ଛତିଶଗଡ଼ର କେକେବିଏନ୍ର ବୋଲି ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ ସଂରକ୍ଷିତ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ। ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀଙ୍କୁ ମଧ୍ୟ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ପୁଲିସ ସୂଚନା ଦେଇଥିଲା।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

