Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଲକ୍ଷ୍ମୀପୁର ଉପ୍ରା ବିଦ୍ୟାଳୟ ର ଏସ୍, ଏମ୍ ସି ମନୋଜ କୁମାର ମାଝୀ ସମ୍ନାନିତ ଅତିଥି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ପ୍ରଦୀପ କୁମାର ସାହୁ,ଉପସ୍ଥିତ ରହି ଜନ ଭାଗିଦାରୀ କାର୍ଯ୍ୟକ୍ରମ ର ଅର୍ଥ, ଗୁରୁତ୍ୱ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କୁ ଅତ୍ୟନ୍ତ ପ୍ରାଞଳ ଭାବରେ ପ୍ରକାଶ କରିବା ସହିତ ସେ ତାଙ୍କ ଅଭିଭାଷଣରେ, ଶିଶୁ ଙ୍କ ପ୍ରତି ପିତା ମାତା ଅଭିଭାବକ ଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇ ଥିଲେ। ଆସନ୍ତା ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ପୁନେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି- ୨୦ ଏଜଉକଏସନ୍ ୱଡିଙ୍ଗ ଗୃପ୍ ଶିଖର ସମ୍ମୀଳନୀର ଅବ୍ୟବିହିତ ପୁର୍ବ ରୁ ଏହି ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସର୍ବୋପରି ଶିଶୁ ର ପୂର୍ଣ୍ଣାଙ୍ଗ ବିକାଶ ନିମିତ୍ତ ଶିକ୍ଷକ ଙ୍କ ସହିତ ପିତା ମାତା ପୁର୍ଣ୍ଣ ସହଯୋଗ କାମନା କରିଥିଲେ। ମେଦିନୀପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ, ଏଫ୍ ,ଏଲ୍ ଏନ୍ କ’ଣ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଏହାକୁ ଜନ ଭାଗିଦାରୀ କାର୍ଯ୍ୟକ୍ରମ ରେ ମାତା ପିତାଙ୍କୁ ସାମିଲ୍ କରାଇବା ଏବଂ ପିଲାଙ୍କ ସ୍ବର୍ଣ୍ଣିମ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏହି କାର୍ଯ୍ୟକ୍ରମ ରେ ସହଯୋଗ ର ହାତ ବଢ଼ାଇବା କାମନା କରି ଥିଲେ। ଲକ୍ଷ୍ମୀପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
