କଳାହାଣ୍ଡି:ଭବାନୀପାଟଣା, ବିକାଶ ଡିଗ୍ରୀ କଲେଜ ବିବିଏ ବିଭାଗ ପ୍ରଥମ ବର୍ଷ ଛାତ୍ର ଦଣ୍ଡପତି ନୃତ୍ୟୁମ ଜୟରାମ ସାଉଥ କୋରିଆ ଠାରେ ଜୁନ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏସିଆନ ଅଣ୍ଡର ୨୦ ଅଥେଲେଟିକ ଚମ୍ପିୟନସିପ ରେ ଭାଗ ନେଇ ୪x୧୦୦ ରିଲେରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ଭାଗନେଇ ସେ ଭାରତ ପାଇଁ କାଂଶ୍ୟ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟ ଓ ଦେଶର ଟେକ ରଖିପାରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କର ଏହି ସଫଳତା ପଛରେ ତାଙ୍କର ପିତାମାତା ବିକାଶ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ି. ମୁରଲୀ କ୍ରିଷ୍ଣା, ନିର୍ଦେଶକ ଡ଼ି. ଶ୍ୟାମ. ଅନ୍ୟତମ ନିର୍ଦେଶକ ଡ଼ି. ରାମକୁମାର, ଏକାଡେମୀକ ଇନଚାର୍ଜ ଡ଼ି. ବିଜୟା, ମ୍ୟନେଜମେଣ୍ଟ ଅଧକ୍ଷ ଡ଼ି. ପଦ୍ମିନୀ, ଡିଗ୍ରୀ କଲେଜର ଅଧ୍ୟକ୍ଷ ସୁଦୀପ୍ତ କୁମାର ଜେନା, ଯୁକ୍ତ ୨ ଅଧ୍ୟକ୍ଷ ଯୁବରାଜ ନାୟକ, ଆଦିତ୍ୟ କୁମାର ପଟ୍ଟନାୟକ, ସୁଶ୍ରୀ କେ ଜୟଶ୍ରୀ, ସୁଶ୍ରୀ ଆରତୀ ମିଶ୍ର, ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାବାସହ ଶୁଭକାମନା କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

