ବେଙ୍ଗାଲୁରୁ: ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୩୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୧ ରନରେ ପରାସ୍ତ କରିଛି କଲାକାତା ନାଇଟ ରାଇଡର୍ସ। କଲକାତାର ୨୦୧ ରନ୍ ଟାର୍ଗେଟକୁ ପିଛା କରି ବାଙ୍ଗାଲୋର ୮ ୱିକେଟରେ ୧୭୯ ରନ କରିବାକୁ ସକ୍ଷମ ହୋଇଛି। ଦ୍ବିତୀୟ ପାଳିରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ଫାପ ଡୁପ୍ଲେସିସ ପାଳି ଆରମ୍ଭ କରିଥିଲେ। ବିରାଟ କୋହଲି ୫୪ ରନ କରିଥିବାବେଳେ ଫାପ ଡୁପ୍ଲେସିସ ୧୭ ରନକରି ଆଉଟ ହୋଇଯାଇଥିଲେ। ଶହବାଜ ଅହମ୍ମଦ ୨ ରନ କରିଥିବାବେଳେ ଗ୍ଲେନ ମାକ୍ସୱେଲ ୫ ରନ, ମହିପାଲ ଲୋମରର ୩୪, ଦିନେଶ କାର୍ତ୍ତିକ ୨୨ ରନ୍, ସୁୟାସ ପ୍ରଭୁଦେଶାଇ ୧୦, ୱାନିନ୍ଦୁ ହାସରଙ୍ଗା ୫ ରନ କରିଥିଲେ। ଡାଭିଡ ୱିଲେ ୧୧ ଓ ବିଜୟ କୁମାର ବୈଶକ ୧୩ ରନ କରି ନଟଆଉଟ ଥିଲେ। କଲକାତା ପକ୍ଷରୁ ରସେଲ ୨ଟି, ସୁୟାସ ଗୋଟିଏ ଏବଂ ବରୁଣ ଚକ୍ରବର୍ତ୍ତୀ ୩ଟି ୱିକେଟ ନେଇଥିଲେ। ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କଲକାତା ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୦ରନ କରିଥିଲା । ଦଳ ପକ୍ଷରୁ ଜାସନ ରଏ ୫୬ରନ କରିଥିବାବେଳେ ନିତିଶ ରାଣା ୪୮ରନ କରିଥିଲେ । ସେହିପରି ଭେଙ୍କଟେଶ ଆୟର ୩୧ରନ ଓ ଏନ.ଜଗଦୀଶନ ୨୭ରନ କରିଥିଲେ । ରିଙ୍କୁ ସିଂ ଅପରାଜିତ ୧୮ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ବିଜୟ କୁମାର ବୈଶକ ଓ ଓ୍ବାନିନ୍ଦୁ ହସରଙ୍ଗା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ନେଇଥିଲେ ।
Latest entries
ଜିଲ୍ଲା ଖବରApril 21, 2026ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା

