ନୂଆଦିଲ୍ଲୀ: ସୁଦାନରୁ ଉଦ୍ଧାର ହୋଇଥିବା ୩୬୦ ଜଣ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀ ପହଞ୍ଚିଛି। ଅପରେସନ କାବେରୀ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ବାୟୁସେନାର ଦୁଇଟି ପରିବହନ ବିମାନ ସୁଦାନରୁ ୨୫୦ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି। ଏହା ପୂର୍ବରୁ ନୌସେନା ଜାହାଜ ଆଇଏନଏସ ସୁମେଧା ଜରିଆରେ ସଂଘର୍ଷଗ୍ରସ୍ତ ଆଫ୍ରିକୀୟ ଦେଶରୁ ୨୭୮ ଜଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ‘ଅପରେସନ କାବେରୀ’ ହେଉଛି ସୁଦାନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଆରମ୍ଭ କରିଥିବା ଏକ ଉଦ୍ଧାର ଅଭିଯାନ । ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସୁଦାନରେ ଆମେରିକା ଓ ସାଉଦି ଆରବ ମଧ୍ୟରେ ହୋଇଥିବା ୭୨ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ସୋମବାର ଦୁଇ ଗୋଷ୍ଠୀ ରାଜି ହୋଇଛନ୍ତି। ସେବେଠାରୁ ସମସ୍ତ ଦେଶ ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାରେ ଲାଗିପଡ଼ିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

