ନୂଆଦିଲ୍ଲୀ: ସୁଦାନରୁ ଉଦ୍ଧାର ହୋଇଥିବା ୩୬୦ ଜଣ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀ ପହଞ୍ଚିଛି। ଅପରେସନ କାବେରୀ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ବାୟୁସେନାର ଦୁଇଟି ପରିବହନ ବିମାନ ସୁଦାନରୁ ୨୫୦ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି। ଏହା ପୂର୍ବରୁ ନୌସେନା ଜାହାଜ ଆଇଏନଏସ ସୁମେଧା ଜରିଆରେ ସଂଘର୍ଷଗ୍ରସ୍ତ ଆଫ୍ରିକୀୟ ଦେଶରୁ ୨୭୮ ଜଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ‘ଅପରେସନ କାବେରୀ’ ହେଉଛି ସୁଦାନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଆରମ୍ଭ କରିଥିବା ଏକ ଉଦ୍ଧାର ଅଭିଯାନ । ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସୁଦାନରେ ଆମେରିକା ଓ ସାଉଦି ଆରବ ମଧ୍ୟରେ ହୋଇଥିବା ୭୨ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ସୋମବାର ଦୁଇ ଗୋଷ୍ଠୀ ରାଜି ହୋଇଛନ୍ତି। ସେବେଠାରୁ ସମସ୍ତ ଦେଶ ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାରେ ଲାଗିପଡ଼ିଛନ୍ତି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

