କଳାହାଣ୍ଡି:ଭବାନୀପାଟଣା, ନର୍ଲା ବିଧାୟକ ତଥା ବିଧାନସଭା କ୍ରୀଡା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଖେଳପଡିଆକୁ ସ୍ୱତଃ ଭ୍ରମଣ କରିଥିଲେ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ତାଙ୍କୁ ଫୁଲତୋଡ଼ା ଏବଂ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ବିଧାୟକ ମହୋଦୟ କୁନି ଖେଳାଳିମାନଙ୍କ ସହ କିଛି ସମୟ ଖେଳିଥିଲେ ।
ଏହାପରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ସଂଘର ସଭାପତି ପ୍ରଦୀପ କୁମାର ଦାସ(ବାପି), ବରିଷ୍ଠ ଉପସଭାପତି ଅରୁଣ ରଥ, ସମ୍ପାଦକ ସନ୍ଦୀପ କୁମାର ମିଶ୍ର ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କ ସହ ଉପସ୍ଥିତ ରହି କୁନି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କିଛି କ୍ରୀଡା କୌଶଳ ପରାମର୍ଶ ଦେଇଥିଲେ । ତାଙ୍କର ଅଭିଭାଷଣରେ 70 ଓ 80 ଦଶକରେ ଜିଲ୍ଲାର କ୍ରୀଡା ଇତିହାସ, ଗାଥା ତଥା ସଫଳତାମାନ ବଖାଣିଥିଲେ । 1970 ମସିହାରେ ଓଡିଶାର ବାରବାଟୀ ଖେଳପଡିଆରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ମାନ୍ୟବର ବିଧାୟକ 800 ଓ 1500 ମିଟର ଦୌଡରେ ସ୍ଵର୍ଣ ପଦକ ହାସଲ କରି ସମଗ୍ର ଓଡିଶାକୁ ଗର୍ବିତ କରିଥିଲେ । 1989 ମସିହାରେ ସେ କ୍ରୀଡାମନ୍ତ୍ରୀ ଥିବା ସମୟରେ ଏହି ଇନଡୋର ବ୍ୟାୟା୍ମଶାଳାକୁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାବେଳେ ପୁନଶ୍ଚ ଏହି ବ୍ୟାୟା୍ମଶାଳାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ମନ୍ତ୍ରୀ ଥାଇ ଶ୍ରୀଯୁକ୍ତ ସିଂ ନିଜେ ଏହାକୁ ଉନ୍ମୋଚନ କରାଇଥିଲେ ।ସଂଘର ସଭାପତି, ସମ୍ପାଦକ, କ୍ରୀଡା ଅଧିକାରୀ ତଥା ଅନ୍ୟମାନଙ୍କ ସହ ମିଶି ଜିଲ୍ଲାରେ ବ୍ୟାଡ଼ମିଣ୍ଟନ ଖେଳକୁ ନେଇ ଭିତ୍ତିଭୂମି ଏବଂ ପ୍ରଚାର ପ୍ରସାର ଓ ବିକାଶ ନେଇ ଆଲୋଚନା କରିଥିଲେ । ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ବିଜୁ ପଟ୍ଟନାୟକ ଇନଡୋର ଖେଳପଡିଆର କିଛି କାମକୁ ଶୀଘ୍ର ସାରିବାକୁ ନିର୍ଦ୍ଧେଶ ଦେଇଥିଲେ । ସଂଘର ଅନ୍ୟମାନଙ୍କ ମଧ୍ୟରୁ ମନୋରଞ୍ଜନ ଦାସ,ଦୀପକ କୁମାର ସାଗର, ସରୋଜ ମହାରଣା, ମହେଶ କୁକରେଜା, ନରେଶ ସୁନାନୀ ଓ ରାହୁଲ ଗିଲ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

