କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସ ( ବାପି )ଏବଂ ବରିଷ୍ଠ ସଦସ୍ୟ ମନୋଜ ପଣ୍ଡା ( ମଣି ), ରବି ସାହୁ ଙ୍କ ଦ୍ୱାରା ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘ(OSBA ) ର ସଭାପତି ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୁଝାରି ଙ୍କୁ ସର୍କିଟ ହାଉସ ଠାରେ ସ୍ୱାଗତ କରାଯାଇଥିଲା । ଏହି କ୍ରମରେ ଜିଲ୍ଲା ସଭାପତି ପ୍ରଦୀପ ଦାସ ରାଜ୍ୟ ସଭାପତି ଇଂ ରୋହିତ ପୁଝାରୀଙ୍କୁ ଫୁଲତୋଡ଼ା ଦେବାସହ ଉପଢୌକନ ଦେଇ ସ୍ୱାଗତ କରିଥିଲେ ।
ଏହାପରେ ଯୁବ ସମାଜସେବୀ ଯିଏକି ସର୍ବଦା ସେବା ମନୋବୃତ୍ତି ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରୋଗୀମାନଙ୍କୁ ସାହାର୍ଯ୍ୟ କରିଥାନ୍ତି ଓଡିଶା ମୋ ପରିବାର ସହାୟତା କେନ୍ଦ୍ରର ସଦସ୍ୟ ଶ୍ରୀ ହିମାଂଶୁ ନାଏକଙ୍କୁ ମାନ୍ୟବର ମନ୍ତ୍ରୀ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କଳାହାଣ୍ଡିରେ ବ୍ୟାଡ଼ମିଣ୍ଟନର ବିକାଶ ନେଇ ବିଭିନ୍ନ ଆଲୋଚନା କରିବାପରେ କଳାହାଣ୍ଡିରେ ଆଗାମୀ ନଭେମ୍ବର ମାସରେ ଗୋଟିଏ ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପାଇଁ ରାଜ୍ୟ ସଭାପତି ଅନୁମୋଦନ ଦେଇଥିବାରୁ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ସଭାପତି ଶ୍ରୀ ପ୍ରଦୀପ ଦାସ ରାଜ୍ୟ ସଭାପତି ଇଂ ରୋହିତ ପୁଝାରୀଙ୍କୁ ଧନ୍ୟବାଦ ଦେବାସହ ଆଗାମୀ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ହୋଇ ଆସିବା ପାଇଁ ଅନୁରୋଧ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

