କଳାହାଣ୍ଡି ଜିଲ୍ଲା ଜୟପାଟଣା ରେ ଦୌରା ଜଜ୍ ଙ୍କ ଅଦାଲତ ଉଦ୍ଧଘାଟିତ

0 minutes, 0 seconds Read

କଳାହାଣ୍ଡି:ଜୟପାଟଣା, ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼. ଏସ୍.ମୁରଲୀଧର ଙ୍କ ଦ୍ୱାରା ଭରଚୁଆଲ ମୋଡ଼ରେ ମାନ୍ୟବର ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଙ୍କ ଉପସ୍ଥିତି ରେ ଉଦ୍ଧଘାଟିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀଦୀପ ମିଶ୍ର, ନୂତନ ଭାବେ ଯୋଗଦେଇଥିବା ସିଭିଲ ଜଜ୍ ଶ୍ରୀ ଜିତେନ୍ଦ୍ର ପାଣିଗ୍ରାହୀ, ଜୟପାଟଣା ସିଭିଲ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ପ୍ରତାପ ଚନ୍ଦ୍ର ପୃଷ୍ଟି ଏବଂ ଜୟପାଟଣା ଓକିଲ ସଂଘ ସଭାପତି, ସଂପାଦକ ଓ ଅନ୍ୟାନ୍ୟ ଓକିଲ ସହ ଜିଲ୍ଲା ର ବିଭିନ୍ନ ଓକିଲ ସଂଘର ଓକିଲ ମନେ ଏହି ଅବସର ରେ ଉପସ୍ଥିତ ଥିଲେ 2010 ମସିହାରୁ ଜୟପାଟଣା ଠାରେ ଦେୱାର୍ନି ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଅଦାଲତ କାର୍ଯ୍ୟକାରୀ ହେଉଅଛି, ଦୀର୍ଘ ଦିନରୁ ସ୍ଥାନୀୟ ଜନସାଧାରଣ ଓ ଓକିଲଙ୍କ ପ୍ରଚେଷ୍ଟା ପରେ ଜୟପାଟଣା ଠାରେ ବରିଷ୍ଠ ଦେୱାନି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତର ଉଦ୍ଧଘାଟନ ହୋଇଥିବାରୁ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts