କଳାହାଣ୍ଡି:ଜୟପାଟଣା, ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼. ଏସ୍.ମୁରଲୀଧର ଙ୍କ ଦ୍ୱାରା ଭରଚୁଆଲ ମୋଡ଼ରେ ମାନ୍ୟବର ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଙ୍କ ଉପସ୍ଥିତି ରେ ଉଦ୍ଧଘାଟିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀଦୀପ ମିଶ୍ର, ନୂତନ ଭାବେ ଯୋଗଦେଇଥିବା ସିଭିଲ ଜଜ୍ ଶ୍ରୀ ଜିତେନ୍ଦ୍ର ପାଣିଗ୍ରାହୀ, ଜୟପାଟଣା ସିଭିଲ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ପ୍ରତାପ ଚନ୍ଦ୍ର ପୃଷ୍ଟି ଏବଂ ଜୟପାଟଣା ଓକିଲ ସଂଘ ସଭାପତି, ସଂପାଦକ ଓ ଅନ୍ୟାନ୍ୟ ଓକିଲ ସହ ଜିଲ୍ଲା ର ବିଭିନ୍ନ ଓକିଲ ସଂଘର ଓକିଲ ମନେ ଏହି ଅବସର ରେ ଉପସ୍ଥିତ ଥିଲେ 2010 ମସିହାରୁ ଜୟପାଟଣା ଠାରେ ଦେୱାର୍ନି ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଅଦାଲତ କାର୍ଯ୍ୟକାରୀ ହେଉଅଛି, ଦୀର୍ଘ ଦିନରୁ ସ୍ଥାନୀୟ ଜନସାଧାରଣ ଓ ଓକିଲଙ୍କ ପ୍ରଚେଷ୍ଟା ପରେ ଜୟପାଟଣା ଠାରେ ବରିଷ୍ଠ ଦେୱାନି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତର ଉଦ୍ଧଘାଟନ ହୋଇଥିବାରୁ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

