ଭବାନୀପାଟଣା,କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ, ମାଣିକ୍ୟ ବିହାର ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ କବି ରାଜେଶ ଦାଶଙ୍କ ବ୍ୟଙ୍ଗ କବିତା ସଂକଳନ “ଜଷ୍ଟ ଗୁଟେ”ଲୋକାର୍ପିତ ହୋଇଯାଇଛି। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହୋଇ “ବାହ୍ୟ ପରିବେଶ ସହ ଅନ୍ତଃପରିବେଶ ମଧ୍ୟ ସୁସ୍ଥ ରହିବା ଆବଶ୍ୟକ’ବୋଲି ମତବ୍ୟକ୍ତ କରିଥିଲେ । ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା, କଳାହାଣ୍ଡି ଲେଖକ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ, ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର,ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ,ଅଧ୍ୟାପକ ନାଟ୍ୟକାର ମନୋଜ ରଥ, ଅଧ୍ୟାପକ ଶୁଭେନ୍ଦୁ କୁମାର ମହାପାତ୍ର ଏବଂ ଓଡିଶା ସଂଗୀତ ଏକାଡେମୀର ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ପରିପ୍ରେକ୍ଷୀରେ ହସ ଭୂମିକା ଏକ ଭିଟାମିନ ସଦୃଶ ବୋଲି କହିଥିଲେ । ସୋହନଲାଲ ଅଗ୍ରୱାଲ, ସୁଦେଷ୍ଣ| ପଣ୍ଡା, ଆନନ୍ଦିନୀ ପାତ୍ର, ଟିନା ଶାସିନୀ, ସନ୍ତୋଷ ରଥ ଓ କମ୍ଭୁପାଣି ବାଗ ହାସ୍ୟ-ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ । ବିନା ମୁଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ଗୁଡ୍ଡୀ ତ୍ରିପାଠୀ, ରିଷିତା ଦାଶ, ରିଷି ଦାଶ, ସୌରଭ ମହାପାତ୍ର, ଅମିୟ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆଦିତ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

