କଳାହାଣ୍ଡି:ଭବାନୀପାଟଣା, ପୌରପାଳିକା ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଭବାନୀପାଟଣା ପୌରପାଳିକା କାର୍ଯାଳୟ ଠାରୁ ଆରମ୍ଭ ହୋଇ ଭବାନୀ ସିନେମା ହଲ ପର୍ଯ୍ୟନ୍ତ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା , ଉପାଧ୍ୟକ୍ଷ ବିଷ୍ଣ ପ୍ରଧାନ, ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ନାୟକ, କାଉନସିଲର ଜୟଶ୍ରୀ ଅଗ୍ରୱାଲ , କାଉନସିଲର ହାରାମଣି ଗଣ୍ଡ ,କାଉନସିଲର କ୍ଷୀରସିନ୍ଧୁ ନାଏକ ,କାଉନସିଲର ସଚିନ ନାଏକ , କର୍ମଚାରୀ , ସ୍ୱଚ୍ଛସାଥି , ସ୍ୱଚ୍ଛ ସୁପରଭାଇଜର , ସ୍ୱୟଂ ସହାୟିକା ଗୋଷ୍ଠୀ , ସଫେଇ କର୍ମଚାରୀ ଇତ୍ୟାଦି ଯୋଗ ଦେଇଥିଲେ ।
ଭବାନୀ ସିନେମା ହଲ ଠାରେ RRR Stall ( Recycle Reduce Reuse Stall ) ଉଦଘାଟିତ କରିଥିଲେ । ଉକ୍ତ Stall ରେ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନିଜ ପାଖରେ ଥିଲେ ଦାନ କରି ଅଭାବୀମାନଙ୍କ ଚାହିଦା ପୁରାଣ କରିବା ପାଇଁ ଅଧ୍ୟକ୍ଷାନିବେଦନ କରିଥିଲେ, ଏତଦ ବ୍ୟତୀତ ଏକ “ମୋ ଖତ” ଜୈବିକ ସାର ବିକ୍ରୟ କେନ୍ଦ୍ର ମଧ୍ୟ ଉଦଘାଟିତ ହୋଇଥିଲା । ଟାଉନ ହଲ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଠି ସଫେଇ କର୍ମଚାରୀ ମାନଙ୍କୁ ଗାରିମା ଯୋଜନା ମାଧ୍ୟମରେ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ସମ୍ବନ୍ଧରେ ଏବଂ ଗାରିମା ଯୋଜନା ସମ୍ବନ୍ଧରେ ମଞ୍ଚାସୀନ ଅତିଥି ଆଲୋକପାତ କରିଥିଲେ । ତପନ କୁମାର ନାୟକ , ପରିମଳ ବିଶେଷଜ୍ଞ ଏବଂ ସୌମ୍ୟରଞ୍ଜନ ନାୟକ , CMMU କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

