କଳାହାଣ୍ଡି/ ଭବାନୀପାଟଣା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଯୁକ୍ତ ୨ ସିଏଚସଇ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଟପର ଓ ଅନ୍ୟ କୃତି ବିଦ୍ୟାର୍ଥୀ ମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିକାଶ ର ନିର୍ଦେଶକ ଡ଼ି ଶ୍ୟାମ, ଅନ୍ୟତମ ନିର୍ଦେଶକ ଡ଼ି ରାମକୁମାର, ଅଧ୍ୟକ୍ଷ ଯୁବରାଜ ନାୟକ ଏବଂ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ଆରତୀ ମିଶ୍ର ଓ ସ୍କୁଲର ଅନ୍ୟ ଅଧ୍ୟପିକା ଓ ଅଧ୍ୟପକ ମାନେ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ସମ୍ଭର୍ଦ୍ଧିତ କରିଥିଲେ. ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ରେ ଏହି ବିଦ୍ୟାଳୟର ଛାତ୍ର ସୁଜିତ କୁମାର ସାହୁ ୯୨.୧୬ରଖି ଜିଲ୍ଲା ଟପର ହୋଇଥିବା ବେଳେ ବାଣିଜ୍ୟରେ ସୁଶ୍ରୀ ତନିଷା ବଂଶଲ ୯୨.୬୬ପ୍ରତିଶତ ରଖି ଜିଲ୍ଲାରେ ଟପର ହେବାସହ ରାଜ୍ୟରେ ଷଷ୍ଠ ସ୍ଥାନ ରଖି କଳାହାଣ୍ଡି ର ଗୌରବ ଅର୍ଜନ କରିଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

