କଳାହାଣ୍ଡି/ ଭବାନୀପାଟଣା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଯୁକ୍ତ ୨ ସିଏଚସଇ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଟପର ଓ ଅନ୍ୟ କୃତି ବିଦ୍ୟାର୍ଥୀ ମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିକାଶ ର ନିର୍ଦେଶକ ଡ଼ି ଶ୍ୟାମ, ଅନ୍ୟତମ ନିର୍ଦେଶକ ଡ଼ି ରାମକୁମାର, ଅଧ୍ୟକ୍ଷ ଯୁବରାଜ ନାୟକ ଏବଂ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ଆରତୀ ମିଶ୍ର ଓ ସ୍କୁଲର ଅନ୍ୟ ଅଧ୍ୟପିକା ଓ ଅଧ୍ୟପକ ମାନେ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ସମ୍ଭର୍ଦ୍ଧିତ କରିଥିଲେ. ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ରେ ଏହି ବିଦ୍ୟାଳୟର ଛାତ୍ର ସୁଜିତ କୁମାର ସାହୁ ୯୨.୧୬ରଖି ଜିଲ୍ଲା ଟପର ହୋଇଥିବା ବେଳେ ବାଣିଜ୍ୟରେ ସୁଶ୍ରୀ ତନିଷା ବଂଶଲ ୯୨.୬୬ପ୍ରତିଶତ ରଖି ଜିଲ୍ଲାରେ ଟପର ହେବାସହ ରାଜ୍ୟରେ ଷଷ୍ଠ ସ୍ଥାନ ରଖି କଳାହାଣ୍ଡି ର ଗୌରବ ଅର୍ଜନ କରିଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

