ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ପକ୍ଷରୁ ଜଙ୍ଗଳ ରୁ ବାରାହ ଶିକାର କରିଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଶିକାରୀଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶଯେ ଚପରିଆ ପଞ୍ଚାୟତ ବାଞ୍ଜିପଦର ଗ୍ରାମର କେତେକ ଲୋକ ଆଜି ସଖାଳ ଭୋର ସମୟରେ ବିଶି ବର୍ଣି ସଂରକ୍ଷିତ ଜଙ୍ଗଳରୁ ଏକ ବାରାହ ଗାଁକୁ ଆସିଥିବା ବେଳେ ସଙ୍ଘବଧ ହୋଇ ମାରିଥିଲେ ।
ବିଶେଷ ସୁତରୁ କେଗାଁ ବନ ବିଭାଗ ରେଞ୍ଜର ବିଜୟ କୁମାର ମଲ୍ଲିକ ଓ ବନପାଳ ମଧୁକର ପୁଟେଲ ଖବର ପାଇ ନିଜ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତେ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ବାଞ୍ଜିପଦର ଗ୍ରାମର ଗୁର ଭୋଇ ଓ ଗୁପ୍ତେଶ୍ଵର ନାଗ । କେଗାଁ ବନବିଭାଗ ଦୁଇ ଅଭିଯୁକ୍ତଙ୍କୁ ୧୬୬/୨୩ରେ କେଶ ରୁଜୁକରି ବନ୍ୟପ୍ରାଣୀ ଆଇନ ୫୧ ଧାରା ଅନୁଯାୟୀ ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ବନ ବିଭାଗ ଅଧିକାରୀ ଜଣାଇଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

