ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ପକ୍ଷରୁ ଜଙ୍ଗଳ ରୁ ବାରାହ ଶିକାର କରିଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଶିକାରୀଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶଯେ ଚପରିଆ ପଞ୍ଚାୟତ ବାଞ୍ଜିପଦର ଗ୍ରାମର କେତେକ ଲୋକ ଆଜି ସଖାଳ ଭୋର ସମୟରେ ବିଶି ବର୍ଣି ସଂରକ୍ଷିତ ଜଙ୍ଗଳରୁ ଏକ ବାରାହ ଗାଁକୁ ଆସିଥିବା ବେଳେ ସଙ୍ଘବଧ ହୋଇ ମାରିଥିଲେ ।
ବିଶେଷ ସୁତରୁ କେଗାଁ ବନ ବିଭାଗ ରେଞ୍ଜର ବିଜୟ କୁମାର ମଲ୍ଲିକ ଓ ବନପାଳ ମଧୁକର ପୁଟେଲ ଖବର ପାଇ ନିଜ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତେ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ବାଞ୍ଜିପଦର ଗ୍ରାମର ଗୁର ଭୋଇ ଓ ଗୁପ୍ତେଶ୍ଵର ନାଗ । କେଗାଁ ବନବିଭାଗ ଦୁଇ ଅଭିଯୁକ୍ତଙ୍କୁ ୧୬୬/୨୩ରେ କେଶ ରୁଜୁକରି ବନ୍ୟପ୍ରାଣୀ ଆଇନ ୫୧ ଧାରା ଅନୁଯାୟୀ ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ବନ ବିଭାଗ ଅଧିକାରୀ ଜଣାଇଛନ୍ତି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

