ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଗେଟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।
ତାଙ୍କ ଦାବି ଗୁଡିକ ହେଲା ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +2 ରୁ +୩ କରିବା ସହିତ ଦରମା ହାର ଲେବୁଲ ୫ରୁ ଲେବୁଲ୯କୁ ଧାର୍ଯ୍ୟ କରାଯାଉ ଏବଂ ନୂତନ ପଦବୀ ସୃଷ୍ଟିକରି ୧୦ବର୍ଷ କାର୍ଯ୍ୟ ସମ୍ପୁର୍ନ କରିଥିବା ପଞ୍ଚାୟତ ନିର୍ବାହି ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜି.ପି.ଡି.ଓ ପଦବୀରେ ସତପ୍ରତିଶତ ପଦୋଉନ୍ନତି ପ୍ରଦାନ କରିବା ଓ.ପି.ଆର.ଏସ କାର୍ଡ ରୁଲ ରେ ଅନ୍ତର୍ଭୁକ୍ତ କରିବାକୁନେଇ ଗଣ ଧାରଣା ରେ ବସିଛନ୍ତି।
ଏହି ଦାବି ଗୁଡିକପୂରାଣ ନହେବାଯାଇଁ ଗଣଧାରଣା ରେ ବସିରହିବୁବୋଲି ସଂଘ ସଭାପତି ସୁଭାଷ ଚନ୍ଦ୍ର କର ମତ ପ୍ରକାଶ କରିଥିଲେ।ଏଥିରେ ଜିଲ୍ଲା ପ୍ରତେକ ପଞ୍ଚାୟତ ନିର୍ବାହି ଅଧିକାରୀ ଉଅସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

