ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଗେଟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।
ତାଙ୍କ ଦାବି ଗୁଡିକ ହେଲା ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +2 ରୁ +୩ କରିବା ସହିତ ଦରମା ହାର ଲେବୁଲ ୫ରୁ ଲେବୁଲ୯କୁ ଧାର୍ଯ୍ୟ କରାଯାଉ ଏବଂ ନୂତନ ପଦବୀ ସୃଷ୍ଟିକରି ୧୦ବର୍ଷ କାର୍ଯ୍ୟ ସମ୍ପୁର୍ନ କରିଥିବା ପଞ୍ଚାୟତ ନିର୍ବାହି ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜି.ପି.ଡି.ଓ ପଦବୀରେ ସତପ୍ରତିଶତ ପଦୋଉନ୍ନତି ପ୍ରଦାନ କରିବା ଓ.ପି.ଆର.ଏସ କାର୍ଡ ରୁଲ ରେ ଅନ୍ତର୍ଭୁକ୍ତ କରିବାକୁନେଇ ଗଣ ଧାରଣା ରେ ବସିଛନ୍ତି।
ଏହି ଦାବି ଗୁଡିକପୂରାଣ ନହେବାଯାଇଁ ଗଣଧାରଣା ରେ ବସିରହିବୁବୋଲି ସଂଘ ସଭାପତି ସୁଭାଷ ଚନ୍ଦ୍ର କର ମତ ପ୍ରକାଶ କରିଥିଲେ।ଏଥିରେ ଜିଲ୍ଲା ପ୍ରତେକ ପଞ୍ଚାୟତ ନିର୍ବାହି ଅଧିକାରୀ ଉଅସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

