କଳାହାଣ୍ଡି: ଲାଞ୍ଜିଗଡ,(କୈଳାଶ ସାହୁ)ଲାଞ୍ଜିଗଡ ବ୍ଲକ ରେ ଘଟିଛି ଏକ ଆମନୁଷିକ ଘଟଣା ପ୍ରେମ ବିବାହକୁନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ହତ୍ୟା ଭଳି ଏକ ସଙ୍ଗୀନ ଅଭିଯୋଗ ଲାଞ୍ଜିଗଡ଼ ସହରରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ସହରର ସୁବାସ ମହାକୁଡ଼ ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହିତ କୁଆଡ଼େ ଯାଇ ନିଜ କାରରେ ଘରକୁ ଫେରିଥିଲେ । ଏଇ ସମୟରେ ତାଙ୍କ ଘର ସାମ୍ନାରେ ମେଟାଲ ଓ ଚିପ୍ସ ଜମା ହୋଇଥିବା ଦେଖି ସାମ୍ନାରେ ଥିବା ପଡ଼ୋଶୀ ଘରଙ୍କୁ ଏ ସଂପର୍କରେ ପଚାରିଥିଲେ ।
ଏହାକୁ ନେଇ ସେମାନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ମନୋଜ ପ୍ରଧାନ, ତାଙ୍କ ସ୍ତ୍ରୀ ମିନତୀ ପ୍ରଧାନ, ମନୋଜଙ୍କ ବଡ଼ଭଉଣୀ ଶାନ୍ତିଲତା ମହାକୁଡ଼, ଭଣଜା ଯୋଗେଶ ମହାକୁଡ଼ ମିଳିତ ଭାବେ ଆକ୍ରମଣ କରିବା ସହ ସୁବାସଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଠେଙ୍ଗାରେ ଆକ୍ରମଣ ସହିତ ପ୍ରବଳ ମାଡ଼ ମାରିବା ଯୋଗୁଁ ସୁବାସଙ୍କ ମୁହଁ ଓ ନାକରୁ ପ୍ରଚୁର ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ । ଏନେଇ ମ୍ରୁତ ସୁବାସଙ୍କ ପୁଅ ଶୁଭେନ୍ଦୁ ମହାକୁଡ଼ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ ପକ୍ଷରୁ କେସ୍ ନଂ ୩୩/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ଥାନାଧିକାରୀ ଉତ୍ତମ କୁମାର ସାହୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ଏଇ ମାମଲାରେ ଚାରିଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି । ରାତି ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିବାବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ, ଗତ ଦୁଇବର୍ଷ ତଳେ ସୁବାସଙ୍କ ପୁଅ ଶୁଭେନ୍ଦୁ ପଡ଼ୋଶୀ ମନୋଜଙ୍କ ଭାଣିଜୀ ତଥା ଶାନ୍ତିଲତା ମହାକୁଡ଼ଙ୍କ ଝିଅକୁ ଧରି ପଳାଇଥିବା ସହ କୋର୍ଟ୍ ମ୍ୟାରେଜ କରିବା ଦିନଠୁ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

