କଳାହାଣ୍ଡି ଜିଲ୍ଲା ପ୍ରଶାସନ ନଜର ଖାମଖିଆଲି ନିତି ଯୋଗୁଁ ଶୋଷଣ କରୁଛନ୍ତି ଘରୋଇ ଔଷଧ ଦୋକାନି

0 minutes, 0 seconds Read

କଳାହାଣ୍ଡି:ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାରେ ଛତୁ ଫୁଟିଲା ଭଳି ଦିନକୁ ଦିନ ଔଷଧ ଦୋକାନ ଗଢି ଉଠୁଥ‌ିବାବେଳେ ବିନା ଲାଇସେନ୍ସରେ କେତେକ ଦୋକାନ ଚାଲିଥିବା ଅଭିଯୋଗ ହୋଉଛି। ଅଧିକ ଅର୍ଥ ଲାଳସାରେ କିଛି ଦୋକାନୀ ନକଲିଔଷଧ,ଏକ୍ସପାଏରି ଔଷଧ ବିକ୍ରି କରି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏହାର ଯାଞ୍ଚ ଓ ତଦନ୍ତ ଦାୟିତ୍ଵ ଜିଲ୍ଲାଡ୍ରଗ୍ଧ ଇନ୍ସପେକ୍ଟରର ଙ୍କ ଦେଖା ନଥିବାବେଳେ ଗତ ୧ବର୍ଷରୁ ଉର୍ଦ୍ଧ ହେବ ଜିଲ୍ଲାରେ ସ୍ଥାୟୀ ଡ୍ରଗ୍ ଇନ୍ସପେକ୍ଟର ନାହାନ୍ତି। ଜୟପୁରରୁ ଡେପୁଟେସନରେ ଜଣେ ଇନ୍ସପେକ୍ଟର ବିଭିନ୍ନ ସମୟରେ ଆସି ଏହି ଦାୟିତ୍ଵ ତୁଲାଉଛନ୍ତି। ଫଳରେ ଜିଲ୍ଲାରେ ଠିକ ଭାବରେ ଔଷଧ ଦୋକାନଗୁଡିକର ଯାଞ୍ଚ ଓ ତଦନ୍ତହେଉ ନ ଥିବା ଜଣାପଡିଛି। ଏପରି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ମଲ୍ଟି ସ୍ପେଶାଲିଷ୍ଟ ହସପିଟାଲରେ। ଏଠାକାର ଔଷଧଦୋକାନରେ ତାପସ ମହାନ୍ତିନାମକ ଜଣେ ଯୁବକଙ୍କୁ ଏକ୍ସପାରୀଔଷଧ ଦେଇଥିବା ଅଭିଯୋଗ ଆଣିଛନ୍ତି। ଏହି ଔଷଧ ପାଇଁ ତାପସ ନିଜ ଫୋନ ପେ’ରେ ସାତଶହ ଟଙ୍କା ଦେଇଥ‌ିବା ମଧ୍ୟ ଦେଖାଇଛନ୍ତି। ଘରକୁ ଆସିଲା ପରେ ତାପସ ଔଷଧର ଏକ୍ସପାରୀ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ ଡାକ୍ତରଖାନା ଔଷଧ ଦୋକାନକୁ ଯାଇ ଔଷଧ ଫେରେଇ ଆସିଥିଲେ।

ଏ ନେଇ ମା ମାଣିକେଶ୍ଵରୀ ମଲ୍ଟି ସ୍ପେଶାଲିଷ୍ଟମା ହସପିଟାଲର ମାଳିକ ସନ୍ତୋଷ ଅଗ୍ରୱାଲଙ୍କୁ ପଚାରିବାରୁ ଏକ୍ସପାରୀ ଔଷଧ ତାଙ୍କୁ ଦିଆଯାଇଥିଲା।ହେଲେ ବିଲ କାଟିବା ପୂର୍ବରୁ ତାହାକୁବଦଳା ଯାଇ ଟଙ୍କା ଫେରସ୍ତ ଦିଆଯାଇଥିବା ପ୍ରକାଶ କରିଥିଲେ।ଭାରପ୍ରାପ୍ତ ଜିଲ୍ଲା ଡ୍ରଗ ଇନ୍ସପେକ୍ଟର ସି.କେ ଜେନାଙ୍କୁ ପଚାରିବାରୁ ଏହାରତଦନ୍ତ କରାଯାଇ କାର୍ଯ୍ୟ ଅନୁଷ୍ଠାନ ନିଅଜେବ ବୋଲି କହିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts