କଳାହାଣ୍ଡି ଜିଲ୍ଲା କଳାକାର ଯିବେ ସୁଦୂର ଜାପାନ ସେଠାରେ ଦେଖାଇବେ ନିଜର କଳା

0 minutes, 0 seconds Read

କଳାହାଣ୍ଡି:ଭବାନୀପାଟଣା,ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ୧୧ଜଣ କଳାକାର ଆଜି ୨୫ତାରିଖ ଜାପାନ ଟୋକିଓ ଗସ୍ତକରି ସେଠାରେ ବିଭିନ୍ନ ସହରରେ ସାତଦିନ ବ୍ୟାପି ନିରାନ୍ତରସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଜୁନ ୪ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ମହାବୀର ସାଂସ୍କୃତି ଅନୁଷ୍ଠାନର ପକ୍ଷରୁ ଏକ ସାମ୍ବାଦିକ ସଂମିଳନୀ ରେ ଅନୁଷ୍ଠାନ ର ସଭାପତି ଜୟନ୍ତ ବେହେରା ପ୍ରକାଶ କରିଛନ୍ତି । ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା ରୁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ଜାପାନ ଯାଇ ନିଜର କଳା ପ୍ରଦର୍ଶିତ କରିପାରିବେ ଏବଂ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ପୂର୍ବରୁ ମଧ୍ୟ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାର ମନେ ବିଭିନ ଦେଶ ବିଦେଶକୁ ଯାଇ ନିଜର ଚମତ୍କାର ଘୁମୁରା ଓ ବଜାସାଲ, ନୃତ୍ୟପ୍ରଦର୍ଶନ କରି କଳାହାଣ୍ଡି ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଆଜିର ୧୧ ଜଣିଆ କଳାକାରଙ୍କ ମଧ୍ୟରେ ସୁଶାନ୍ତ କୁମାର ସିଂହ,ପ୍ରଦୀପ କୁମାର ସିଂହ,ବିଷ୍ଣୁ ପ୍ରଧାନ,କ୍ଷୀରସିନ୍ଧୁ ନାଏକ,ଧୀରେନ୍ଦ୍ର ପୋଢ଼,ଟିଙ୍କୁ ମାଝୀ,କୁମାରୀ ଆଶ୍ୱାସନା ପଟ୍ଟନାୟକ,କୁମାରୀ ନିହାରିକ ନାଏକ,କୁମାରୀ ଶତାଦ୍ଧି ନାଏକ,ପାୟଲ ବେହେରା,ସଞ୍ଜୟ କୁମାର ଦଳର ଲିଆସିନ ଅଫିସର ରହିଛନ୍ତି। ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଜୟନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ମନୋଜ ବେହେରା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ,ପ୍ରଫେସର ଅଜୟ କୁମାର ମିଶ୍ର ଉପସ୍ଥିତ ରହି ଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts