କଳାହାଣ୍ଡି:ଥୁଆମୂଳ ରାମପୁର,(ଲକ୍ଷ୍ମୀ ରଞ୍ଜନ ବାଗ) ସରକାରଙ୍କ ଗ୍ରାମାଞ୍ଚଳର ବିକାଶର ଲକ୍ଷ ଏବଂ ଦେଖିଥିବା ସ୍ୱପ୍ନ କେବଳ କାଗଜ କଲମରେ ସୀମିତ ରହୁଛି । ଦୁର୍ଗମ ଇଲାକାରେ ବସବାସ କରୁଥିବା ଗାଁ ଗୁଡ଼ିକରେ ଲୋକେ ପିଇବା ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
କଳାହାଣ୍ଡି ଜିଲ୍ଲା- ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗ୍ରାମପଞ୍ଚାୟତ ଅଧିନସ୍ଥ ଫୁଲଡୁମେର ଗ୍ରାମର ଏହେଉଛି ବାସ୍ତବ ଚିତ୍ର।ଏହି ଗାଁରେ ସରକାରଙ୍କ ଦ୍ଵାରା ଏ ଯାଏଁ ପାନୀୟଜଳର ସୁବ୍ୟବସ୍ଥା କରାଯାଇ ନାହିଁ। ଯାହାଫଳରେ ଗ୍ରାମ ବାସୀ ବାଧ୍ୟ ହୋଇ ନଦୀର ଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି । ଏହା ଦ୍ଵାରା ଲୋକେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଗାଁ ଠାରେ ରହିଥିବା ପ୍ରାଥମିକ ବିଦ୍ୟାଳୟ, ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏହି ନଦୀର ଦୂଷିତ କାଦୁଅ ଯୁକ୍ତ ପାଣିକୁ ନେଇ ରୋଷେଇ କରି ଖାଇବା ପାଇଁ ଦିଆଯାଉଥିବା ଜଣାପଡିଛି। ଗ୍ରାମ ବାସୀ ଏନେଇ ବାରମ୍ବାର ପ୍ରଶାସନଙ୍କୁ ଓ ଜନପ୍ରତିନିଧି ଙ୍କ ପାଖରେ ବାରମ୍ବାର ଗୁହାରି କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ନଦୀର ପାଣିରେ ପଶୁ, ପକ୍ଷୀ ସମେତ ଅନ୍ୟାନ୍ୟ ଯିବ ଗୁଡ଼ିକ ପାଣି ପିଇବା ସହିତ ମଳତ୍ୟାଙ୍ଗ କରୁଥିବା ବେଳେ, ସେହି ପାଣିକୁ ମଣିଷ ମଧ୍ୟ କୌଣସି ଉପାୟ ନପାଇ ସେହି ପାଣି ଉପରେ ଭରସା କରି ଫୁଲଡେମର ଗ୍ରାମ ବାସୀ ତୃଷ୍ଣା ମେଣ୍ଟାଉଥିବା ଜଣାପଡିଛି । ପାନୀୟ ଜଳ ପାଇଁ ଗାଁ ଲୋକେ ଡହଳ ବିକଳ ହେଉଥିବା ଦେଖାଦେଉଛି । ଏଣୁ ତୁରନ୍ତ ଏଥିପ୍ରତି ପ୍ରଶାସ ଦୃଷ୍ଟି ଦେବାକୁ ଦାବି ହେଉଥିବା ବେଳେ ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ମନ୍ମଥ ମୁର୍ମୁ ଙ୍କୁ ଯୋଗାଯୋଗ କରାଥିବା ବେଳେ ଯଥା ଶ୍ରୀଘ୍ର ଏହି ଗାଁ ର ପାନୀୟ ର ସମସ୍ୟା ର ସମାଧାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

