କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ

0 minutes, 0 seconds Read

କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ l ଜିଲ୍ଲା ର ଅନେକ ଉନ୍ନତମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ମହିଳା ସ୍ଵଂୟ ସହାୟକ ଗୋଷ୍ଟୀ ଙ୍କୁ ଭେଟି ବିଭିନ୍ନ ଉପରେ ଆଲୋଚନା କରିଥିଲେ ।୫ଟି ସଚିବ କଳାହାଣ୍ଡି ଉତ୍କେଲା ବିମାନ ବନ୍ଦର ରେ ଅବତରଣ କରି ସେଠାରୁ ବେଲଖଣ୍ଡି ର ପ୍ରାଚୀନ ଶୈବପୀଠ ଓ ଚଣ୍ଡୀ ମନ୍ଦିର ପରିଦର୍ଶନ ଓ ପୂଜାର୍ଚନା କରି ମନ୍ଦିରର ଉର୍ନ୍ନତି ପାଇଁ ଜିଲ୍ଲାପ୍ରଶାସନ କାର୍ଯ୍ୟାଖାସଡ଼ା ଦେଲେ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଖୁବ ଶୀଘ୍ର ମନ୍ଦିରର ବିକାଶ କାର୍ଯ୍ୟ ଆରମ୍ଭ ହେବ ପ୍ରତିଶୃତି ଦେଇଥିଲେ । ସେଠାରୁ ମଦନପୁର ରାମପୁର ଡାକ୍ତରଖାନା ପରିଦର୍ଶନ , ସାନ୍ଦୁଲ ନଦୀ ପ୍ରକଳ୍ପ ଦେଖିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ନର୍ଲାର ମିଶନ ଶକ୍ତି କେଫେ ଏବଂ ମିନି ଷ୍ଟାଡିୟମ ପରିଦର୍ଶନ କରି ମିଶନଶକ୍ତି ମା ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ସେଠାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଭବାନୀପାଟଣା ପୋଲିସ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ଭବାନୀପାଟଣା ଆଶା ସାଗର ପରିଦର୍ଶନ କରି ଆଶା ସାଗର ର ବିକାଶ ଓ ପର୍ଯ୍ୟଟନ ସ୍ଥଳି କିପରି କରାଯାଇପାରିବ ସେନେଇ ସ୍ଥନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଭବାନୀପାଟଣା ସହର ରେ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ସହ ଜାଗା ମିଶନ ଜରିଆରେ ଗରିବ ମାନଙ୍କୁ ପକ୍କା ଘର ଯୋଗାଇଦେବାକୁ ଭବାନୀପାଟଣା ପୌରାଧ୍ୟକ୍ଷl ସଂଯୁକ୍ତା ବେହେରା ସଚିବଙ୍କୁ ଅନୁରୋଧ କରିଥିଲେ । ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିଦର୍ଶନ କରି ମାଁ ଲଙ୍କେଶ୍ୱରୀଙ୍କ ଦର୍ଶନ କରିଥିଲେ ଏବଂ ଜୁନାଗଡ଼ ସହରକୁ କେମିତି ବିକାଶ କରାଯିବ ସେ ନେଇ ସ୍ଥାନୀୟ ଜୁନାଗଡ଼ର ଲୋକଙ୍କ ସହିତ ଆଲୋଚନା କରିଥିଲେ । ଭବାନୀପାଟଣା ପ୍ରତ୍ୟାବର୍ତନ କରି ସରକାରୀ ମେଡିକାଲ କଲେଜ ପରିଦର୍ଶନ କରି କଲେଜ ର ଅଗ୍ରଗତି ଓ କେମିତି ଉନ୍ନତିକରଣ ଖୁବ ଶୀଘ୍ର ହେବ ସେ ନେଇ କଲେଜ ପ୍ରିନ୍ସିପାଲ ଏବଂ କଲେଜ ଷ୍ଟାଫସହିତ, କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ l ଭବାନୀପାଟଣା ଟାଉନହଲ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କ ସହିତ ଆଲୋଚନା କରି ସ୍ପୋର୍ଟ୍ସ ହଷ୍ଟେଲ ପରିଦର୍ଶନ କରିଥିଲେ।ଭଟାଙ୍ଗପଦର ଇକୋ ଟୁରିଜମ ରେ ରାତ୍ରି ଜାପାନ କରି ୨୦ତାରିଖ ଦିନ ଥୁଆମୂଳ ରାମପୁର ,ଗୋଳମୁଣ୍ଡା, ଧର୍ମଗଡ଼ ଯାଇ ଲୋକଙ୍କ ସହିତ ଭେଟି ସମସ୍ୟ ବୁଝିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts