ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭବାନୀପାଟଣା ମିଳିତ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ‘ନୂଆ-ଓ’ ସାମାଜିକ କାର୍ଯ୍ୟକ୍ରମରରେ ଚତୁର୍ଥ ପର୍ଯ୍ୟାୟରେ ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ଗୁଣ୍ଡୁରୀ ଗ୍ରାମ ପଞ୍ଚାୟତ ଠାରେ ବିଶ୍ୱବିଦ୍ୟାଳୟର କୂଳପତି କର୍ଣ୍ଣେ୍ଲ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରଟି ଏମ୍.ଏଚ୍.ୟୁ ଲାଞ୍ଜିଗଡର ଡଃ ନରେନ୍ଦ୍ର ନାଥ ଦାସଙ୍କ ତତ୍ୱାବଧାନରେ ଜଣେ ଆୟୁଷ ଡାକ୍ତର, ଜଣେ ପାରା ମେଡ଼ିକାଲ କର୍ମଚାରୀ ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗୁଣ୍ଡୁରୀ 5T ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗ୍ରାମବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରଙ୍କ ଦ୍ଵାରା ଉପଲବ୍ଧ ଔଷଧ ମାନ ବଣ୍ଟନ କରାଯାଇଥିଲା । ଏହି ଶିବିରରେ କୂଳସଚିବ ପୀତାମ୍ବର ଭୋଇ, ଡ଼. ମଧୁଲିକା ସାହୁ, ଡ଼. ମନୋଜ ମେହେର, ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ, ସରିତା ବାଗ୍, ତରଣିସେନ ଦେହୁରୀ, ଡ଼. ବିରେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରତୁଷ ବାଣୁଆ, ନିତିନ ନାଗ୍, ଅଭିଷେକ ମହାପାତ୍ର ସମେତ ଏକାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଶିବିରକୁ ସାଫଳ୍ୟ ମଣ୍ଡିତ କରାଇଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

