କଳାହାଣ୍ଡି: ଭବାନୀପାଟଣା,ସଦର ବ୍ଲକଅନ୍ତର୍ଗତ ଦାଦପୁର ଗ୍ରାମ ସ୍ଥିତ ପାତଳ ବନ୍ଧ ମାଟିତଳୁ ୧୨୦୦ ଶତାଦ୍ଧିର ପୁରାତନ ଗମ୍ବୁଜ ଉଦ୍ଧାର ହୋଇଛି।ସୂଚନା ମତେ ଆଜି ଦାଦପୁର ସରପଞ୍ଚ ଗୀତାଞ୍ଜଳି ସାହୁ ପାତଳାପୋଖରୀ ପଙ୍କପୁନଃ ଉଦ୍ଧାର ପାଇଁ ଜେସିବିଯୋଗେ ପଙ୍କ ସଫା କଲାବେଳେ ଏକ ବିରାଟ ଗମ୍ବୁଜ ବାହାରି ଥିଲା। ଏହାକୁ ଦେଖିବା କୁ ଆଖପାଖ ଲୋକେ ରୁଣ୍ଡ ହୋଇଥିଲେ । ଏହି ଗମ୍ବୁଜଟି ପ୍ରାୟ୧୨୦୦ଶତାଦ୍ଧିର ବୋଲି ଅନେକ ବୃଦ୍ଧିଜୀବି ମତ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ କୁ ଏବିଷୟରେ ଜଣାଇବା ପରେ ଗମ୍ବୁଜ କୁ ସୁରକ୍ଷିତ ରଖାଯାଇଛି। ତେବେ ଏହି ଅଞ୍ଚଳରେ ବହୁ ପୁରାତନ ମନ୍ଦିର ପୂର୍ବରୁ ରହିଥିବା ଐତିହାସିକ ମାନେ ମାତ ପ୍ରକାଶ କରିଛନ୍ତି. ଆଗାମୀ ଦିନରେ ଅନୁସନ୍ଧାନ କଲେ ମନ୍ଦିର ବିଷୟରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

