କଳାହାଣ୍ଡି: ଭବାନୀପାଟଣା,ସଦର ବ୍ଲକଅନ୍ତର୍ଗତ ଦାଦପୁର ଗ୍ରାମ ସ୍ଥିତ ପାତଳ ବନ୍ଧ ମାଟିତଳୁ ୧୨୦୦ ଶତାଦ୍ଧିର ପୁରାତନ ଗମ୍ବୁଜ ଉଦ୍ଧାର ହୋଇଛି।ସୂଚନା ମତେ ଆଜି ଦାଦପୁର ସରପଞ୍ଚ ଗୀତାଞ୍ଜଳି ସାହୁ ପାତଳାପୋଖରୀ ପଙ୍କପୁନଃ ଉଦ୍ଧାର ପାଇଁ ଜେସିବିଯୋଗେ ପଙ୍କ ସଫା କଲାବେଳେ ଏକ ବିରାଟ ଗମ୍ବୁଜ ବାହାରି ଥିଲା। ଏହାକୁ ଦେଖିବା କୁ ଆଖପାଖ ଲୋକେ ରୁଣ୍ଡ ହୋଇଥିଲେ । ଏହି ଗମ୍ବୁଜଟି ପ୍ରାୟ୧୨୦୦ଶତାଦ୍ଧିର ବୋଲି ଅନେକ ବୃଦ୍ଧିଜୀବି ମତ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ କୁ ଏବିଷୟରେ ଜଣାଇବା ପରେ ଗମ୍ବୁଜ କୁ ସୁରକ୍ଷିତ ରଖାଯାଇଛି। ତେବେ ଏହି ଅଞ୍ଚଳରେ ବହୁ ପୁରାତନ ମନ୍ଦିର ପୂର୍ବରୁ ରହିଥିବା ଐତିହାସିକ ମାନେ ମାତ ପ୍ରକାଶ କରିଛନ୍ତି. ଆଗାମୀ ଦିନରେ ଅନୁସନ୍ଧାନ କଲେ ମନ୍ଦିର ବିଷୟରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

