କଳାହାଣ୍ଡି:ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ଲାଫେଷ୍ଟା ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ଓ ଡିଜିଟାଲ ଚ୍ୟାନେଲ ଓଡ଼ିଶାଭାସ୍କରର ବାର୍ଷିକ ସମାରୋହ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଓଡ଼ିଶାଭାସ୍କରର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି, ସମ୍ମାନିତ ଅତିଥି ଓଡ଼ିଶାଭାସ୍କରର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ସାରା ରାଜ୍ୟର କୋଣ ଅନୁକୋଣରୁ ଯୋଗଦେଇଥିବା ଚାରିଶହରୁ ଉଦ୍ଧ ସାମ୍ବାଦିକଙ୍କୁ ସମ୍ବୋଧିତ କରାଯାଇଥିଲା । ଓଡ଼ିଶାଭାସ୍କର ସମ୍ପାଦନା ବିଭାଗ ମୁଖ୍ୟ କୌସ୍ତୁଭ ଦାସ ସଭା ପରିଚାଳନା କରିଥିବାବେଳେ ଅବିନାଶ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଇ ଅବସରରେ ଓଡ଼ିଶାଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା ! ସୂଚନାଯୋଗ୍ୟ, ଓଡ଼ିଶାଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ବାଗ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ବାଦ ପରିବେଷଣ ସହିତ ଓଡ଼ିଶାଭାସ୍କର ଡିଜିଟାଲ ଗଣମାଧ୍ୟମକୁ ଜିଲ୍ଲାରେ ଆଗଧାଡ଼ିର ଗଣମାଧ୍ୟମ ଭାବରେ ପରିଚିତି ଆଣି ଦେଇଛନ୍ତି ।ସାମ୍ବାଦିକ ଭାବେ ସମସ୍ୟା ବହୁଳ, ମାଓ ଉପଦ୍ରୁତ ଦୁର୍ଗମ ଅଞ୍ଚଳରେ ନିର୍ଭୀକତାର ସହିତ ସାମ୍ବାଦିକତା କରି ସରକାର ଓ ପ୍ରଶାସନ ନିକଟରେ ଏକ ସେତୁ ପାଲଟିଛନ୍ତି । ତାଙ୍କ ସମ୍ବର୍ଦ୍ଧନା ମିଳିବା ମାତ୍ରେ ବିଭିନ୍ନ ସାମ୍ବାଦିକ ଓ ଜନସାଧାରଣ ମହଲରେ ଶୁଭେଚ୍ଛା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ରୁ ନର୍ଲା ପ୍ରତିନିଧି ଚିନ୍ତାମଣି ନାୟକ ଲାଞ୍ଜିଗଡ ପଟିନିଧି ସୁଶିଲ ବାଗ କଲମପୁର ପତିନିଧି ଅଜିତ ପୁଝାରୀ ଓ ଗୋଲାମୁଣ୍ଡା ପ୍ରତିନିଧି ଅସ୍ପିନ୍ ମଲ୍ଲିକ ଏବଂ ରାଜ୍ୟ ର ପ୍ରତେକ ଜିଲ୍ଲା ରେ ସାମ୍ବାଦିକ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

