କଳାହାଣ୍ଡି:ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ଲାଫେଷ୍ଟା ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ଓ ଡିଜିଟାଲ ଚ୍ୟାନେଲ ଓଡ଼ିଶାଭାସ୍କରର ବାର୍ଷିକ ସମାରୋହ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଓଡ଼ିଶାଭାସ୍କରର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି, ସମ୍ମାନିତ ଅତିଥି ଓଡ଼ିଶାଭାସ୍କରର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ସାରା ରାଜ୍ୟର କୋଣ ଅନୁକୋଣରୁ ଯୋଗଦେଇଥିବା ଚାରିଶହରୁ ଉଦ୍ଧ ସାମ୍ବାଦିକଙ୍କୁ ସମ୍ବୋଧିତ କରାଯାଇଥିଲା । ଓଡ଼ିଶାଭାସ୍କର ସମ୍ପାଦନା ବିଭାଗ ମୁଖ୍ୟ କୌସ୍ତୁଭ ଦାସ ସଭା ପରିଚାଳନା କରିଥିବାବେଳେ ଅବିନାଶ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଇ ଅବସରରେ ଓଡ଼ିଶାଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା ! ସୂଚନାଯୋଗ୍ୟ, ଓଡ଼ିଶାଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ବାଗ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ବାଦ ପରିବେଷଣ ସହିତ ଓଡ଼ିଶାଭାସ୍କର ଡିଜିଟାଲ ଗଣମାଧ୍ୟମକୁ ଜିଲ୍ଲାରେ ଆଗଧାଡ଼ିର ଗଣମାଧ୍ୟମ ଭାବରେ ପରିଚିତି ଆଣି ଦେଇଛନ୍ତି ।ସାମ୍ବାଦିକ ଭାବେ ସମସ୍ୟା ବହୁଳ, ମାଓ ଉପଦ୍ରୁତ ଦୁର୍ଗମ ଅଞ୍ଚଳରେ ନିର୍ଭୀକତାର ସହିତ ସାମ୍ବାଦିକତା କରି ସରକାର ଓ ପ୍ରଶାସନ ନିକଟରେ ଏକ ସେତୁ ପାଲଟିଛନ୍ତି । ତାଙ୍କ ସମ୍ବର୍ଦ୍ଧନା ମିଳିବା ମାତ୍ରେ ବିଭିନ୍ନ ସାମ୍ବାଦିକ ଓ ଜନସାଧାରଣ ମହଲରେ ଶୁଭେଚ୍ଛା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ରୁ ନର୍ଲା ପ୍ରତିନିଧି ଚିନ୍ତାମଣି ନାୟକ ଲାଞ୍ଜିଗଡ ପଟିନିଧି ସୁଶିଲ ବାଗ କଲମପୁର ପତିନିଧି ଅଜିତ ପୁଝାରୀ ଓ ଗୋଲାମୁଣ୍ଡା ପ୍ରତିନିଧି ଅସ୍ପିନ୍ ମଲ୍ଲିକ ଏବଂ ରାଜ୍ୟ ର ପ୍ରତେକ ଜିଲ୍ଲା ରେ ସାମ୍ବାଦିକ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

