ଓଡିଶା ସାହିତ୍ୟ ଏକାଡେମୀ ର ଜିଲ୍ଲା ସ୍ତରୀୟ ସାରସ୍ୱତ ସମାରୋହ

0 minutes, 1 second Read

କଳାହାଣ୍ଡି:ଭବାନୀପାଟଣା,ସଂସ୍କୃତ ସାହିତ୍ୟ ର ଜଣେ ଜାତୀୟ ସ୍ତରୀୟ କବି ବାଚସ୍ପତି ଗଣେଶ୍ୱର ରଥଙ୍କ ରଚିତ ଚଣ୍ଡୀ ବିଧାନ ପଦ୍ଧତି ଦେଶର ଏକ ଶ୍ରେଷ୍ଠତମ କୃତି। ଶ୍ରୀ ରଥ ଙ୍କ ଦୁଇଟି ସଂସ୍କୃତ ପୁସ୍ତକ ‘ଲିଙ୍ଗରାଜୟନମ’ ଓ ‘ପୁରୁଷୋତ୍ତମ ଚରିତମ’ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୭୦ ମସିହାରେ ପ୍ରକାଶିତ। ସାହିତ୍ୟ ପ୍ରତି ଅତୁଳନୀୟ ଅବଦାନ ଯୋଗୁଁ ଶ୍ରୀ ରଥ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ। ସଂସ୍କୃତ ସାହିତ୍ୟ ର ଜଣେ ପ୍ରଣମ୍ୟ ପୁରୁଷ ବାଚସ୍ପତି ଗଣେଶ୍ୱର ରଥ ଙ୍କ ସଂସ୍କୃତ କାବ୍ୟ ଗୁଡିକୁ ଓଡ଼ିଆରେ ଅନୁବାଦ କରିବା ସହ ତାଙ୍କର ସାହିତ୍ୟ ସମଗ୍ର କୁ ସଂକଳିତ କରି ଏକ ଗ୍ରନ୍ଥାବଳି ପ୍ରକାଶନ ଦିଗରେ ଉଦ୍ୟମ କରାଯିବା ଉଚିତ ବୋଲି ଆଜି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭବାନୀପାଟଣା ଠାରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର ପ୍ରେକ୍ଷାଳୟରେ ଅୟୋଜିତ ଜିଲ୍ଲା ସ୍ତରୀୟ ସାରସ୍ୱତ ସମାରୋହରେ ଆଲୋଚକ ମାନେ ଆହ୍ୱାନ କରିଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅୟୋଜିତ ପ୍ରଥମ ଅଧିବେଶନ ରେ ‘ବାଚସ୍ପତି ଗଣେଶ୍ୱର ରଥ ଙ୍କ ସାହିତ୍ୟ କୃତି’ ଶୀର୍ଷକ ଆଲୋଚନା ଚକ୍ରରେ ଔପନ୍ୟାସିକ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ କୁମାର ରଥ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅବସର ପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପକ ଡ଼. ହରେକୃଷ୍ଣ ମେହେର, ଅବସର ପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ଡ଼. ଦାଶରଥି ଆଚାର୍ଯ୍ୟ ଓ ଇଂରାଜୀ ଅଧ୍ୟାପକ ଡ଼.ତପନ ରଥ ଆଲୋଚକ ଭାବରେ ଯୋଗଦେଇ ବାଚସ୍ପତି ଶ୍ରୀ ରଥଙ୍କ ସାହିତ୍ୟ କୃତି ସମ୍ପର୍କରେ ଗବେଷଣାତ୍ମକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟା ଡ଼. ସୁନୀତି ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଅଧିବେଶନ ରେ ନିମନ୍ତ୍ରିତ କବି ମାନଙ୍କୁ ନେଇ ଅୟୋଜିତ ହୋଇଥିଲା କବିତା ପାଠୋତ୍ସଵ। ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟା ଡ଼.ସୁନୀତି ମୁଣ୍ଡ ଙ୍କ ସଭାପତିତ୍ୱରେ ଅୟୋଜିତ କବିତା ପାଠୋତ୍ସଵ ରେ ବିଶିଷ୍ଟ କବି ସୋହନଲାଲ ଅଗ୍ରୱାଲ ମୁଖ୍ୟ ଅତିଥି ଓ ବିଶିଷ୍ଟ ସଂସ୍କୃତି ସଂଗଠକ ତଥା ଓଡିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟ ଜୟନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କବି ସୁଧୀର ଧଙ୍ଗଡାମାଝୀ, ଅଧ୍ୟାପିକା ଲିପସାମୟୀ ଦୁବେ ଓ କବୟିତ୍ରୀ ସୁମତି ମୁଣ୍ଡ କବିତା ସଂଯୋଜନା କରିଥିଲେ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକର ୪୦ ଜଣ ନିମନ୍ତ୍ରିତ କବି ସ୍ୱରଚିତ କବିତା ଆବୃତି କରିଥିଲେ। ଓଡିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts